ରାଜ୍ୟ ସ୍ତରୀୟ ଲୋକନାଟକ ମହୋତ୍ସବର ଦ୍ୱିତୀୟ ଦିବସ
ବ୍ରହ୍ମପୁର,(ସୁଦିପ କୁମାର ସାହୁ): ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ,ଭୁବନେଶ୍ୱର, ଜିଲ୍ଲା ପ୍ରଶାସନ, ସଂସ୍କାର ଭାରତୀ,ଓଡ଼ିଶା ପ୍ରଦେଶ ଏବଂ ଓଡ଼ିଶା ନାଟକ ସମାରୋହ ସମିତି, ବ୍ରହ୍ମପୁରର ମିଳିତ ସହଯୋଗରେ ରାଜ୍ୟସ୍ତରୀୟ ଲୋକନାଟକ ମହୋତ୍ସବ ଲୋକରଞ୍ଜନୀ ଓଡ଼ିଶା ସରକାରଙ୍କ ତରଫରୁ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ, ବ୍ରହ୍ମପୁର ଠାରେ ଆୟୋଜିତ ହେଉଅଛି । ଏକାଡ଼େମୀ ତରଫରୁ ସଂସ୍କାର ଭାରତୀ ଓ ଓଡ଼ିଶା ନାଟକ ସମାରୋହ ସମିତି,ବ୍ରହ୍ମପୁର ଦ୍ୱାରା ଆୟୋଜିତ ଏହି ଲୋକ ନାଟକ ମହୋତ୍ସବର ଦ୍ଵିତୀୟ ଦିବସରେ ବୌଦ୍ଧ , ଶ୍ରୀ ରାମଲୀଳା ନାଟ୍ୟ ସଂସଦ ତରଫରୁ ରାମଲୀଳା, ଛତ୍ରପୁର୍ ମା ସନ୍ତୋଷୀ ଲୋକ ନାଟ୍ୟ ସଂସଦ ତରଫରୁ ରାଧାପ୍ରେମ ଲୀଳା ଓ ଭଦ୍ରକ ସଙ୍କେତ କଲ୍ଚରାଲ ଆସୋସିଏସନ୍ ତରଫରୁ ମୋଗଲ ତାମସା ପରିବେଷଣ କରାଯାଇଥିବା ବେଳେ ଦର୍ଶକ ମାନେ ଉତ୍ସାହର ସହ ଦେଖିଥିଲେ ।ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ର ସଚିବ ଡ଼. ଚନ୍ଦ୍ର ଶେଖର ହୋତା ଙ୍କ ପରାମର୍ଶ କ୍ରମେ ଏପରି ମହୋତ୍ସବ ପରିଚାଳିତ ହେଉଅଛି । ଦ୍ୱିତୀୟ ସଂଧ୍ୟାରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ କବି ଓ ନାଟ୍ୟକାର ଇଞ୍ଜିନିୟରିଂ ବିଚିତ୍ରା ନନ୍ଦ ମୁନୀ , ପ୍ରଫେସର ଜଗନ୍ନାଥ ପଣ୍ଡା, ବରିଷ୍ଠ କଳାକାର ସଙ୍ଘ ସଭାପତି ଡ଼.ତିରୁପତି ସାହୁ ପ୍ରମୁଖ ଯୋଗ ଦେଇ ବ୍ରହ୍ମପୁର ରେ ପ୍ରଥମ ଥର ଲାଗି ଏପରି ଲୋକ କଳା ମହୋତ୍ସବ ଆୟୋଜନ କରାଯାଉଥିବାରୁ ଆୟୋଜକ ମାନଙ୍କ ଭୂୟସୀ ପ୍ରଶଂସା କରିଥିଲେ । ଓଡ଼ିଶା ନାଟକ ସମାରୋହ ସମିତି ସଭାପତି ଅନିଲ କୁମାର ପାତ୍ର, ସାଧାରଣ ସଂପାଦକ ନାରାୟଣ ମହାକୁଡ଼ , ସଂସ୍କାର ଭାରତୀ ର ସଂଯୋଜକ ଡ଼. ଅଜିତ୍ କୁମାର ମୁନୀ ମଞ୍ଚସିନ ଥିଲେ । ଗଞାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ର କାର୍ଯ୍ୟକାରି ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ଯ, ସମେତ ବହୁ କର୍ମକର୍ତ୍ତା ଏହି ଅବସରରେ ଉପସ୍ଥିତ ଥିଲେ । ଏକାଡେମୀ ର ବରିଷ୍ଠ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ, । ମଞ୍ଚ ପରିଚାଳକ କାର୍ତ୍ତିକ ପାଣିଗ୍ରାହିଁ ଏବଂ ଶିବନନ୍ଦ ବାରିକ କାର୍ଯ୍ୟକ୍ରମ ସଂଚାଳକ କରିଥିବା ବେଳେ ବୈଠକରେ କୈଳାଶ ପାଣିଗ୍ରାହୀ, ଆରତୀ ପାତ୍ର, କୁନି ପଣ୍ଡା, ହରିଶ୍ଚନ୍ଦ୍ର ବରାଡ , ସୁଦାମ ପଟନାୟକ,କୃଷ୍ଣ ପଣ୍ଡା, ଜୟନ୍ତୀ ମିଶ୍ର ଅଭିରାମ ରାଉଳ , ବଳଦେବ ସାହୁ, କୃଷ୍ଣ ପଣ୍ଡା, ମହାନ ସଂଘ ସଭାପତି ସୁଶାନ୍ତ ସାବତ , ସରୋଜ ପଣ୍ଡା, ଅଶୋକ ପାତ୍ର,ଗୋପାଳ ପଟ୍ଟନାୟକ,ସୁନୀଲ ସ୍ବାଇଁ, ସୁଦୀପ କୁମାର୍ ସାହୁ ଙ୍କ ସମେତ ବହୁ କଳାପ୍ରେମୀ ଏଠାରେ ଉପସ୍ଥିତ ଥିଲେ । ସମସ୍ତ ଅତିଥି ଓ କଳାକାର ମାନଙ୍କୁ ଏଠାରେ ସମ୍ମାନିତ କରାଯାଇଥିଲା । ଅନ୍ତିମ ଦିବସ ୨୦ ତାରିଖ ସନ୍ଧ୍ୟାରେ ଜଗତସିଂହପୁର ବାଣୀ କ୍ଷେତ୍ର ନାଟ୍ୟ ପରିଷଦ ତରଫରୁ ଗୀତି ନାଟ୍ୟ, ଗଞାମ ଶ୍ରୀ ଶ୍ରୀ ମା ଦେବୀ ନାଟ୍ୟ କଳା ସାଂସଦ ତରଫରୁ ଭାରତ ଲୀଳା ଓ ଗଜପତି ସଙ୍କଟ ତାରିଣୀ ନାଟ୍ୟ କଳା ସଂସଦ ତରଫରୁ ଭୂତକେଳି ପରିବେଶଣ କରାଯିବ ବୋଲି ଏଠାରେ ସଭାପତି ପାତ୍ର କହିଥିଲେ ।


