ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ପୁତ୍ରଙ୍କ ବିୟୋଗ
ଗୁଣପୁର (ୱାଇ ଏନ ଏସ) ସ୍ଥାନୀୟ ଡେରା ସାହି ବାସିନ୍ଦା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ରଥଙ୍କ ଦ୍ବିତୀୟ ପୁତ୍ର ପ୍ରଶାନ୍ତ କୁମାର ରଥ(ମଣ୍ଟୁ)ଙ୍କ ୫୩ ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ପରଲୋକ ଘଟିଛି। ସ୍ଵର୍ଗତଃ ରଥ ଦୀର୍ଘ ମାସ ହେଲା କାମଳ ରୋଗରେ ପିଢିତ ଥିଲେ। ଶେଷ ସମୟ ମରଶଯ୍ୟା ନିକଟରେ ବାପା,ମା,ପତ୍ନୀ,ପୁଅ, ଭାଇନା ଶାନ୍ତୁନୁ, ଭାଉଜ,ପୁତୁରା, ଝିଆରୀ ଓ ବନ୍ଧୁ ବର୍ଗ ଉପସ୍ଥିତ ଥିଲେ। ସ୍ଵର୍ଗତଃ ରଥ ଜଣେ ବନ୍ଧୁବତ୍ସଳ ଓ ପରପକାରୀ ବ୍ୟକ୍ତି ଥିଲେ। ତାଙ୍କର ମରଶରୀର କୁ ପୁରୀ ସ୍ଵର୍ଗଦ୍ଵାରକୁ ନିଆଯାଇ ଅନ୍ତିମ ସଂସ୍କାର କରାଯାଇଥିଲା। ସ୍ଵର୍ଗତଃ ପ୍ରଶାନ୍ତ ରଥ ଭୁବନେଶ୍ୱରସ୍ଥିତ ହାଇଟେକ ମେଡ଼ିକାଲ କଲେଜରେ ଦୀର୍ଘ ବର୍ଷ ଧରି କାମ କରୁଥିଲେ। ତାଙ୍କ ବିୟୋଗରେ ଗୁଣପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ହାଇଟେକ ଗ୍ରୁପର ଅଧ୍ୟକ୍ଷ ଡ଼ଃ ତ୍ରିପତି ପାଣିଗ୍ରାହୀ, ନିର୍ଦେଶକ ଗିରିଶ ପାତ୍ର ପ୍ରମୁଖ ଗଭୀର ଶୋକ ପ୍ରକାଶ କରି ଦିବଙ୍ଗତଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।


