ସାପ କାମୁଡାରେ ମୃତ୍ୟୁ 

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍‌): ନାଉଗାଁ ଥାନା ଅନ୍ତର୍ଗତ ଖଇରାବସ୍ତ ଗ୍ରାମର ସୋମନାଥ ସିଂ(୪୦)ଙ୍କର ସାପ କାମୁଡାରେ ମୃତ୍ୟୁ ଘଟିଥିବା ସୋମନାଥଙ୍କ ପତ୍ନୀ ପ୍ରଭାତି ନାଉଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ସୋମନାଥ ସକାଳ ସମୟରୁ ଚାଷ କାମ କରିବା ପାଇଁ ବିଲକୁ ଯାଇଥିଲେ । ଅପରାହ୍ନ ୪ଟା ପର୍ଯ୍ୟନ୍ତ ଘର ନ ଫେରିବାରୁ ଘର ଲୋକ ଖୋଜାଖୋଜି କରିବା ସମୟରେ ମୁଣ୍ଡାଳ-ଜାମୁଗାଁ ରାସ୍ତା ପାଖରେ ପଡିଥିବା ଜାଣିବାକୁ ପାଇଲୁ । ସେଠାରେ ତାକୁ ଆମେ ମୃତ ଅବସ୍ଥାରେ ଉଦ୍ଧାର କଲୁ । କୌଣସି ବିଷଧର ସାପ କାମୁଡିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇ ଥାଇ ପାରେ ବୋଲି ଆମେ ଅନୁମାନ କରୁଛୁ । ତେଣୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଅଭିଯୋଗରେ ଦର୍ଶାଇଛନ୍ତି । ନାଉଗାଁ ଥାନାଧିକାରୀ ପ୍ରଜ୍ଞା ରିତାମ୍ବର କର ଅଭିଯୋଗ ପାଇବା ପରେ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ୯/୨୦୧୯ରେ ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ଚିକିତ୍ସାଳୟକୁ ପଠାଇଥିବା ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ