ଚାରାମୟ କୋଠା
ଇଟାଲୀର ମିଲାନ୍ ସହରକୁ ଜୈବ ବିବିଧତା ହିସାବରେ ଏକ ଉତ୍ତମ ସହର ଭାବେ ବର୍ଣ୍ଣନା କରାଯାଏ । ଏହାକୁ ଆହୁରି ଦୃଢ କରିବା ପାଇଁ ଏକ ଶକ୍ତିଶାଳୀ ପ୍ରୋଜେକ୍ଟ କାମ କରୁଛି । ଏହି ପ୍ରୋଜେକ୍ଟକୁ ୨୦୧୫ର ସବୁଠାରୁ ସୁନ୍ଦର ଲମ୍ବା ବିଲ୍ଡିଂର ସିଟିବିୟୁଏଚ୍ ସମ୍ମାନ ମିଳିଛି । ପ୍ରୋଜେକ୍ଟର ଖାସ୍କଥା ହେଉଛିକି ଏହା ପର୍ଯ୍ୟାବରଣକୁ ଧ୍ୟାନରେ ରଖାଯାଇ କରାଯାଇଛି । ଏହି ପ୍ରୋଜେକ୍ଟରେ ଦୁଇଟି ବଡ଼ ବିଲ୍ଡିଂକୁ ସାମିଲ କରାଯାଇଛି । ଓ ପ୍ରତ୍ୟେକ ଫ୍ଲୋରରେ ବହୁତ ବଡ଼ ବାଲକୋନୀ ରହିଛି, ଯେଉଁର୍ଠାରେ କି ପ୍ରାୟ ୯୦୦ଗଛ ଓ ୧୪ହଜାର ଚାରା ରୋପଣ କରାଯାଇଛି । ଏହିସବୁ ଗଛଲତାକୁ ଉତ୍ତମ ତରିକାରେ ଦୁଇଟି ବିଲ୍ଡିଂରେ ଲଗାଯାଇଛି । ଏଠାରେ ରହିବାର ଫାଇଦା ହେଲା ଯେ ଗରମ ସମୟରେ ଏହା ସୂର୍ଯ୍ୟକିରଣକୁ ଫିଲ୍ଟର କରିଥାଏ ଓ ଶୀତକୁ ଏହା ଭିତରକୁ ଆସିବାକୁ ଦିଏ । ଏହା ସହିତ ଧୂଳି ମଳିକୁ ଏହା ଶୋଷି ନିଏ । ପ୍ରଦୂଷଣ ସମୟରେ ଏହି ବିଲ୍ଡିଂ ଗଛ ବହୁତ ଲାଭଦାୟକ ବୋଲି କୁହାଯାଇଛି, ଯାହାକି ଲୋକପ୍ରିୟ ହେବାରେ ଲାଗିଛି । ବାସ୍କୋ ଭର୍ଟିକାଲ ନାମକ ଏହି ଟାୱାର ଏବେ ଲୋକମାନଙ୍କର ଆକର୍ଷଣର କେନ୍ଦ୍ର ପାଲଟିଛି । ଅନେକ ପ୍ରକାରର ଗଛ ଲତାରେ ଭରା ହୋଇଥିବା ଏହିି ବିଲ୍ଡିଂ କ୍ରମଶଃ ୧୧୦ ଓ ୭୫ ମିଟର ଲମ୍ବା । ଏହିି ବିଲ୍ଡିଂ ମୂଳରେ ପବନ ଓ ସୋଲାର ଏନର୍ଜି ସାହାଯ୍ୟରେ ବିଲ୍ଡିଂକୁ ବିଦ୍ୟୁତ୍ ସୁବିଧା ଉପଲବ୍ଧ କରାଯାଇଛି । ବିଲ୍ଡିରେ ବର୍ଷା ପାଣିକୁ ସଞ୍ଚୟ କରାଯାଇ ଗଛଲତା ପାଇଁ ଉପଲବ୍ଧ କରାଯାଏ । ବିଗତ ଏକ ବର୍ଷ ମଧ୍ୟରେ ଏହିି ପ୍ରୋଜେକ୍ଟ ଅଧିକରୁ ଅଧିକ ଲୋକପ୍ରିୟ ହେବା ସହିତ ଏହାକୁ ପ୍ରଶଂସା ମଧ୍ୟ ମିଳିପାରିଛି ।


