ଜମି ବିବାଦର ଉଗ୍ରରୂପ: ବାପପୁଅଙ୍କୁ ମରଣାନ୍ତକ ଆକ୍ରମଣ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ଏକ ପୁରାତନ ଜମି ବିବାଦ ଉଗ୍ରରୂପ ନେଇଛି. ଏହି ବିବାଦକୁ କେନ୍ଦ୍ର କରି ବାପପୁଅଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି. ସମ୍ପୃକ୍ତ ଘଟଣାରେ ପୋଲିସ 4 ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ସାରିଆପଲ୍ଲୀ ଗ୍ରାମରେ ଜମିଜମା ବିବାଦକୁ କେନ୍ଦ୍ରକରି ଆକ୍ରମଣରେ ଗୁରୁତର ହୋଇଥିବା ବାପପୁଅ ହେଲେ ବି. ଭାସ୍କର ରାଓ ଏବଂ ବି. ବାବୁରାଓ। ଆକ୍ରମଣରେ ଉଭୟ ବାପପୁଅ ଗୁରୁତର ହୋଇଛନ୍ତି I ସେମାନଙ୍କୁ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ୍ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସା ଚାଲିଛି. ପୁଅଙ୍କ ଅବସ୍ଥା ଠିକ ଥିବାବେଳେ ବାପାଙ୍କ ଅବସ୍ଥା ସଙ୍କଟାପ୍ପନ୍ନ ଥିବା ଆନ୍ଧ୍ର ଡାକ୍ତରଖାନା ତରଫରୁ ସୂଚନା ମିଳିଛି. ଏହି ଘଟଣାରେ ଗୁରାଣ୍ଡି ପୋଲିସ ପହଞ୍ଚି ତଦନ୍ତ ପରେ ଗତକାଲି ୪ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ 6 ଜଣ ସମ୍ପୃକ୍ତ ଥିବା ବେଳେ 4 ଜଣ ଗିରଫ ହୋଇଛନ୍ତି ଓ 2 ଜଣ ଫେରାର ଥିବା ସୂଚନା ମିଳିଛି।


