କବି ଗଙ୍ଗାଧର ମେହେରଙ୍କର ଜୟନ୍ତୀ

ଗୁଣପୁର (ୱାଇଏନଏସ) : ଗୁଣପୁର ବଂଶଧlରl ସାହିତ୍ୟି ସମାଜ ପକ୍ଷରୁ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କର ଜୟନ୍ତୀ ଉତ୍ସବ ତଥା ରକ୍ଷାବନ୍ଧନ କାର୍ଯ୍ୟକ୍ରମ ସ୍ଥାନୀୟ ଗାୟତ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି।  ବଂଶଧରା ସାହିତ୍ୟ ସମାଜର ସଭାପତି  ପ୍ରଭାତ କୁମାର ଶତପଥୀଙ୍କ  ସଭାପତିତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ  ଅତିଥି ଭାବେ ସାହିତ୍ୟିକ  ପ୍ରତାପ କୁମାର ରାୟ, ସାହିତ୍ୟିକ କୈଳାଶ ଦାସ,  ଶିକ୍ଷାବିତ  ସୀମାଞ୍ଚଳ କର ଯୋଗ ଦେଇଥିଲେ ।  ଆଜିର କାର୍ଯ୍ୟକ୍ରମର ମୁଖ୍ୟ ଆଲୋଚକ ଭାବେ ଅଧ୍ୟାପକ ଶେଷସାଇ ସେନାପତି,  ପ୍ରାଣକୃଷ୍ଣ ପାଣିଗ୍ରାହୀ, ଅନୁଷ୍ଠାନର ସମ୍ପାଦକ  ରମେଶ ମିଶ୍ର ଯୋଗଦେଇ  ମେହେର ସାହିତ୍ୟ ରେ ପ୍ରକୃତି ଏବଂ ନାରୀ ଶୀର୍ଷକ ଉପରେ  ନିଜର ବକ୍ତବ୍ୟ ରଖିଥିଲେ । ମେହେରଙ୍କର କାବ୍ୟକୃତି କିଭଳି ପ୍ରକୃତିକୁ ଜୀବନ୍ୟାସ ଦେଇଛି ତାହା ଆଲୋଚନାରେ ମୁଖ୍ୟ କେନ୍ଦ୍ର ବିନ୍ଦୁ ପାଲଟିଥିଲା।  ଏହି ଅଵସରରେ  ସମ୍ବାଦ ସାହିତ୍ୟ ଘର ତରଫରୁ ନିଶା ନିବାରଣ ସହ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।    ଜିଆଇସିଏମଏସ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ  ଅକ୍ଷୟ କୁମାର ଦାଶଙ୍କ ଆବାହାକ୍ବତରେ ଆୟୋଜିତ କାର୍ଯ୍ୟକ୍ରମରେ  କବି ଦୁର୍ଗାପ୍ରସାଦ ଶତପଥୀ  ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ଶେଷରେ ଅନୁଷ୍ଠାନର  ଉପସଭାପତି  ଉମାଶଙ୍କର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ସାହିତ୍ୟିକ , ଛାତ୍ରଛାତ୍ରୀ  ଯୋଗଦେଇ ଥିବା ବେଳେ  ସମ୍ବାଦ ପ୍ରତିନିଧି  ଦେବୀ ପ୍ରସାଦ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ