ବ୍ରାଉନସୁଗାର, ଗଞ୍ଜେଇ ଓ ଚୋରାମଦ ଜବତ,୪ଗିରଫ

କେନ୍ଦ୍ରାପଡ଼ା,(ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆର. ଆୟରଙ୍କ ନିର୍ଦ୍ଦେଶକ୍ରମେ ଏବଂ ଅବକାରୀ ଅଧୀକ୍ଷକ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କେନ୍ଦ୍ରାପଡ଼ା ଜିଲାର କେନ୍ଦ୍ରାପଡ଼ା ସଦର, ପାଟକୁରା ଓ ମହାକାଳପଡ଼ା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ହରିଅଙ୍କ ଗ୍ରାମର ଦୋଳଗୋବିନ୍ଦ ମଳିକ(୩୧)ଙ୍କ ନିକଟରୁ ୩୦ ଲିଟର ଚୋରା ବିଦେଶୀ ମଦ, ରାମଚନ୍ଦ୍ରପୁର ଗ୍ରାମର ଅକ୍ଷୟ ରାଉତ(୪୦)ଙ୍କ ନିକଟରୁ ୨୫ ଲିଟର ଚୋରା ଦେଶୀ ମଦ, ବଡ଼ପାଳ ଗ୍ରାମର ଘନଶ୍ୟାମ ବେହେରା (୩୬)ଙ୍କ ନିକଟରୁ ୧.୨ କିଲୋଗ୍ରାମ ଗଞ୍ଜେଇ ଏବଂ ବାସଘର ଗ୍ରାମର ଜୟଜିତ ମଳିକ(୨୨)ଙ୍କ ନିକଟରୁ ୬୫ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଥିଲା। ଉକ୍ତ ଚଢ଼ାଉରେ ସମୁଦାୟ ୬୫ ଗ୍ରାମ ବ୍ରାଉନ ସୁଗାର, ୧.୨ କିଲୋଗ୍ରାମ ଗଞ୍ଜେଇ ଏବଂ ୫୫ ଲିଟର ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଛି। ଏହି ସଂପର୍କିତ ମାମଲାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଆଇନାନୁଯାୟୀ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଅବକାରୀ ଉପନିରୀକ୍ଷକ ପ୍ରିୟଦର୍ଶୀ ମାନସରଞ୍ଜନ ମିଶ୍ର ଓ ତ୍ରିବେଣୀ ମହନ୍ତଙ୍କ ସମେତ ଅବକାରୀ ବିଭାଗର ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ