ସ୍ୱାୟତ୍ତ ଶାସନ ସପ୍ତାହରେ ବକ୍ତୃତା ପ୍ରତିଯୋଗିତା

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ସ୍ମାର୍ଟ ପାର୍କ ପରିସରରେ ସ୍ଥାନୀୟ ଏନ୍ଏସି କାର୍ଯ୍ୟାଳୟ ପକ୍ଷରୁ ସ୍ୱାୟତ୍ତ ଶାସନ ସପ୍ତାହ ପାଳନ ଅବସରରେ  ସାମୁହିକ ଯୋଗ ଓ ପ୍ରାଣାୟମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଶିବିରରେ ଯୋଗ ପ୍ରଶିକ୍ଷକ ପ୍ରଭାତ କୁମାର ସାହୁ ଉପସ୍ଥିତ ରହି ପ୍ରଶିକ୍ଷାର୍ଥୀ ମାନଙ୍କୁ ଯୋଗ ଓ ପ୍ରାଣାୟାମ ର ମହତ୍ତ୍ଵ ସମ୍ପର୍କରେ ଉଦବୋଧନ ଦେଇଥିଲେ। ଯୋଗ ପ୍ରାଣାୟାମ ବ୍ୟକ୍ତିର ଶାରୀରିକ ଓ ମାନସିକ ସ୍ଵାସ୍ଥ୍ୟକୁ ସୁସ୍ଥ ଓ ସୁସଂଯତ ରଖିବାରେ ମୁଖ୍ୟ ଭୂମିକା ନେଇଥାଏ ବୋଲି ସେ କହିଥିଲେ।ପରେ ସେ ବିଭିନ୍ନ ଯୋଗ,ଆସନ, ପ୍ରାଣାୟମ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ। ଏନ୍ଏସି କାର୍ଯ୍ୟାଳୟ ଗୋଷ୍ଠୀ ସଂଯୋଜିକା ସନ୍ଧ୍ୟାରାଣୀ ପଟ୍ଟନାୟକ,କନିଷ୍ଠ ସ୍ବଚ୍ଛତା ଏକ୍ସପାର୍ଟ ପି.ସ୍ୱାଗତିକା ପାତ୍ର, ଜେଇସି ଇଂ.ମିଥୁନ ସେନାପତି, ଡିଇସି ସନ୍ତୋଷ କୁମାର ପାଢ଼ୀ, ରାଜସ୍ବ ନୀରିକ୍ଷକ ହରିକୃଷ୍ଣ ସାହୁ, ଟିକସ ଅଧିକାରୀ ଏସ.ଲୋକନାଥ ସୁବୁଦ୍ଧି,ବାଳକୃଷ୍ଣ ପାଣିଗ୍ରାହୀ, ସତ୍ୟନାରାୟଣ ଦାସ ଙ୍କ ସମେତ ସ୍ୱଚ୍ଛସାଥୀ ବୃନ୍ଦ ଙ୍କ ସମେତ ବହୁ ସଂଖ୍ୟକ ଏନ୍ଏସି କର୍ମଚାରୀ ଉପସ୍ଥିତ ଥିଲେ।ସେହିପରି ଅପରାହ୍ନରେ ଏନ୍ଏସି କାର୍ଯ୍ୟାଳୟ ପରିସରରେ କଲେଜ ଓ ବିଦ୍ୟାଳୟ ସ୍ତରରେ ବତ୍କୃତା ପ୍ରତିଯୋଗିତା କରାଯାଇ କୃତି ଛାତ୍ରୀ ଛାତ୍ରଙ୍କୁ ପୁରସ୍କାର ପ୍ରଦାନ ନିମନ୍ତେ ଚୟନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ