ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର
ଆସିକା(ୱାଇଏନ୍ଏସ୍): ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଆସିକା ପୌର ପରିଷଦ ଅଧୀନସ୍ଥ ମେକ୍ ମାଇକେଲ୍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟରେ ଗତ ୨୫ ତାରିଖ ଠାରୁ ଆରମ୍ଭ ହୋଇଥିବା ଷଷ୍ଠଦିବସୀୟ ଶକ୍ତିଶ୍ରୀ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଯାଇଛି । ମେକ୍ ମାଇକେଲ୍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟର ଶକ୍ତିଶ୍ରୀ ସଶକ୍ତି କେନ୍ଦ୍ରର ସଂଯୋଜିକା ଅଧ୍ୟାପିକା କବିତା କୁମାରୀ ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି ଶକ୍ତିଶ୍ରୀ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିରର ଉଦ୍ଯାପନୀ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ବାବାନାଥ ମିଶ୍ର ଯୋଗଦେଇ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଛାତ୍ରୀ, ଅଧ୍ୟାପିକା ଓ ମହିିଳା କର୍ମଚାରୀଙ୍କ ସୁରକ୍ଷା ଓ ସଶକ୍ତିକରଣକୁ ଦୃଷ୍ଟିରେ ରଖି କାର୍ଯ୍ୟକାରୀ କରିଥିବା ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର ଏବଂ ମହିଳା ସଶକ୍ତିକରଣର ଆବଶ୍ୟକତା ଉପରେ ବହୁ ଶିକ୍ଷଣୀୟ ଓ ଉପାଦେୟ ସୂଚନା ପ୍ରଦାନ କରି ଛାତ୍ରୀଙ୍କ ସୁରକ୍ଷିତ ଶୈକ୍ଷିକ ବାତାବରଣକୁ ସୁନିଶ୍ଚିତ କରିବା ଏବଂ ଆତ୍ମସୁରକ୍ଷା ପ୍ରଶିକ୍ଷଣ ପ୍ରଦାନ ଓ ସଶକ୍ତିକରଣ କରିବା, ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ଏବଂ ସମ୍ମାନ ପାଇଁ ଏହି କାର୍ଯ୍ୟକ୍ରମ ବିଶେଷ ଭାବେ ସହାୟକ ହୋଇପାରିବ ବୋଲି ମତବ୍ୟକ୍ତ କରି ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା ଏବଂ ମାନସିକ ସ୍ୱାସ୍ଥ୍ୟ ପ୍ରଶିକ୍ଷଣ ଦେବା ପାଇଁ ରାଜ୍ୟର ୧୬ଟି ବିଶ୍ୱବିଦ୍ୟାଳୟ ଏବଂ ୭୩୦ଟି ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର ଖୋଲିଥିଲା ବେଳେ ଛାତ୍ରୀଙ୍କ ସାଥୀ ଶକ୍ତିଶ୍ରୀ ମୋବାଇଲ୍ ଆପ୍ ସାଜିଛି ବୋଲି ପ୍ରକାଶ କରିଥିଲେ । ଆସିକା ମେକ୍ ମାଇକେଲ୍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶକ୍ତିଶ୍ରୀ ସାଥୀ ସୁନନ୍ଦା ଗୌଡ ଓ ମାମାଲି ମହାନ୍ତି, ଶିକ୍ଷାନୁଷ୍ଠାନର ଅଧ୍ୟାପକ ଶିଶିର କୁମାର ମିଶ୍ର, କର୍ମଚାରୀ ଟୁନା ମହାରଣା ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅଧ୍ୟୟନରତ ଛାତ୍ରୀମାନଙ୍କ ସୁରକ୍ଷା ପାଇଁ କାର୍ଯ୍ୟକାରୀ କରାଯାଇଥିବା ଶକ୍ତିଶ୍ରୀ ଆପ୍ଳିକେସନ୍ରେ ପଞ୍ଜିକରଣ, ଉପଯୋଗିତା, ଉପକାରିତା ଓ ବ୍ୟବହାର ଉପରେ ମାର୍ଗଦର୍ଶନ କରିଥିଲେ । ମେକ୍ ମାଇକେଲ୍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟ ପରିସରରେ ଶକ୍ତିଶ୍ରୀ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିରରେ ଏହି ଶକ୍ତିଶ୍ରୀ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିରର ଉଦ୍ଯାପନୀ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ଛାତ୍ରୀ ସୁନନ୍ଦା ଗୌଡ, ସୃତି ମହାନ୍ତି, ମାମାଲି ମହାନ୍ତି, ନନ୍ଦିନୀ ପ୍ରଧାନ, ବୈଶାଖୀ ସ୍ୱାଇଁ, ଅଞ୍ଜଳି ସାହୁ, କେ.ସୃତି ପାତ୍ର, କେ.ନଗ୍ମା ପାତ୍ର, ପୂଜା ନାହାକ, ରାଇ କୁମାରୀ ପଣ୍ଡା, ସୋନାଲି ପ୍ରଧାନ, ପାୟଲ୍ ଗୌଡ, ଉଷାରାଣୀ ଗୌଡ, ଜୁଲି ଦାସ, ନଳିନି ସାହୁ, ପହେଲି ସ୍ୱାଇଁଙ୍କ ସମେତ ବହୁ ବିଦ୍ୟାର୍ଥୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । (


