ସଫା ହୋଇନି ଗୟା ନାଳ: ପାଉନି ଚାଷୀ, ନଦୀକୁ ଯାଉଛି ପାଣି

ଚିକିଟି (ଦୀପ୍ତି ରଞ୍ଜନ ପାଢ଼ୀ )ଚିକିଟି କ୍ଷୁଦ୍ର ଜଳସେଚନ ବିଭାଗ ର ଚରମ ଅବହେଳା ରୂ ଚାଷୀ ପାଣି ପାଇବା ରୂ ବଞ୍ଚିତ ହୋଇ ଅନାୟାସ ରେ ପାଣି ବାହୁଦା  ନଦୀ କୁ ଯାଇ ନଷ୍ଟ ହେବା ସାର ହେଉଛି।ଏହା ବିଭାଗ ର ପ୍ରତିବଦ୍ଧତା ରେ ଖିଲାପ ହେଉଥିବା ବେଳେ ଚାଷୀ ବାପୁଡ଼ା ଏଥିରେ ହନ୍ତସନ୍ତ ମଧ୍ୟ  ହେଉଛି.ଏପରି ଘଟଣା ଘଟିଛି କ୍ଷୁଦ୍ର ଜଳସେଚନ ବିଭାଗ ର ଗୟା ନାଳ କ୍ଷେତ୍ର ରେ.ଆଉଣ୍ଡି ଠାରୁ ବଡବରଙ୍ଗା ସାଢେ ଚାରି କିମି ଏହି କେନାଲ ର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି। ଏହି ନାଳ ରେ ଲଟା, ବୁଦା, ମାଟି, ଅପରିଷ୍କାର ଦ୍ରବ୍ୟ ଜମି ରହି ସଂକୁଚିତ ହୋଇପଡ଼ିଛି.ନିୟମ ମୁତାବକ ଚାଷ କାର୍ଯ୍ୟ ପୂର୍ବରୁ ନାଳ ଗୁଡିକ ସଫା କଲେ ଚାଷୀ ନିକଟରେ ପାଣି ସହଜ ରେ ପହଞ୍ଚି ପାରିବ.କିନ୍ତୁ ହେୟ ମନୋଭାବ ନେଇ ବିଭାଗ ତରଫରୁ ସଫା କରାଯାଇନାହିଁ.ଫଳରେ ନାଳ ଜାମ ରହି ଆଗକୁ  ପାଣି ଯାଇପାରୁନାହଁ.ତେଣୁ ଏଥିରେ ବଡବରଙ୍ଗା ସମେତ ଅନ୍ୟ  ଚାଷୀ ମଧ୍ୟ ପ୍ରଭାବିତ ହେଉଛନ୍ତି। ନାଳ ଜାମ ଯୋଗୁଁ ମଇସାନପୂର  ଷ୍ଟ୍ରକଚର ନିକଟରୁ ପାଣି ନଦୀ କୁ ଚାଲି ଯାଉଥିବା ହେତୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କୃତ୍ରିମ ବର୍ଷା କୁ ଜଳସେଚନ ର ଅବ୍ୟବସ୍ଥା ଚାଷୀ ଙ୍କୁ ଚିନ୍ତା ରେ ପକେଇ ଦେଇଛି.ଏ ସମ୍ପର୍କ ରେ ବିଭଗୀୟ ସହକାରୀ ଯନ୍ତ୍ରୀ ଶକ୍ତି କାନ୍ତଜେନା ଙ୍କୁ ଯୋଗାଯୋଗ କରିବାରୁ ସଫା ଚାଲିଥିବା କହିଛନ୍ତି.ତେବେ ରୁଆ କାର୍ଯ୍ୟ ଶେଷ ହେଲା ଯାଏଁ ଏ ଅବ୍ୟବସ୍ଥା କୁ ସହଜ ରେ ଗ୍ରହଣ କରିନପାରି ଖୁବ ଶୀଘ୍ର କାମ ସାରିଲେ ଏହା ଉପରେ ନିର୍ଭର କରୁଥିବା ଚାଷୀ ଉପକୃତ ହେବେ ବୋଲି କିଶୋର ଚନ୍ଦ୍ର ସାହୁ,ଲଷ୍ମୀକାନ୍ତ ପାଣିଗ୍ରାହୀ,ପୂର୍ବତନ ସରପଞ୍ଚ ନରସିଂହ ପ୍ରଧାନ,ଏଲ.ଶ୍ରୀକାନ୍ତ,ପ୍ରଦୀପ ପାଣିଗ୍ରାହୀ ପ୍ରମୁଖ ଚାଷୀ କହିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ