ପଞ୍ଚାୟତ ପରିସରରେ ଗୁରୁପୂଜନ ଉତ୍ସବ ପାଳିତ
ବନ୍ତ, (ଚାନ୍ଦିନୀ ମହାନ୍ତି ): ଶନିବାର ଭଦ୍ରକ ଜିଲା ବନ୍ତ ବ୍ଲକ ଓଡ଼ଙ୍ଗ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗୁରୁପୂଜନ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ସରପଞ୍ଚ ଲକ୍ଷ୍ମୀପ୍ରିୟା ଦାସଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ସର୍ବପଲ୍ଲୀ ଡ. ରାଧାକୃଷ୍ଣନଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା l ମାଧବାନନ୍ଦ ବେଦିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ନିତ୍ୟାନନ୍ଦ ନାୟକ, ନାରାୟଣ ଚନ୍ଦ୍ର ଦାସ, ରାମଚନ୍ଦ୍ର ପାଢ଼ୀ ଯୋଗ ଦେଇ ସର୍ବପଲ୍ଲୀ ଡ. ରାଧାକୃଷ୍ଣନଙ୍କ ଜୀବନୀ ଓ ତାଙ୍କ ଶିକ୍ଷାଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ l ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ରମାକାନ୍ତ ରାଉତ, ପ୍ରେମଲତା ଜେନାଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଗୁରୁଦିବସ ଅବସରରେ ଏହି ଗୁରୁପୂଜନ ଓ ସମ୍ବର୍ଦ୍ଧନା ସଭା ଗୁରୁ ଶିଷ୍ୟ ସମ୍ପର୍କର ମହତ୍ତ୍ୱକୁ ଆହୁରି ଉଜ୍ଜ୍ୱଳ କରି ପାରିଛି ବୋଲି ଉପସ୍ଥିତ ଶିକ୍ଷକ ମାନେ କହିଥିଲେ । ଲାଲ ମୋହନ ପୁହାଣ ମଞ୍ଚ ପରିଚାଳନା ଓ ଚିନ୍ମୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ l ଏଥିରେ ବହୁ ଶିକ୍ଷୟିତ୍ରୀ, ଶିକ୍ଷକ, ଅବସରପ୍ରାପ୍ତ ଶିକ୍ଷକ ଓ ଛାତ୍ରୀଛାତ୍ର ମାନେ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ଏଡିଓ ରାମକୃଷ୍ଣ ସାହୁ,ସନ୍ତୋଷ କବି,ଅଶୋକ ଖିଲାର,ପ୍ରଦୀପ କୁମାର ବେହେରା ପ୍ରମୁଖ ସହଯୋଗ କରିଥିଲେ l


