ସଡ଼କ ଦୁର୍ଘଟଣା ରୋକିବା ପାଇଁ ସଚେତନତା କାର୍ଯ୍ୟକ୍ରମ

ପୋଲସରା (ଓ୍ବାଇଏନଏସ) ଟ୍ରାଫିକ୍‌ ନିୟମ ପାଳନ ଓ ସଡ଼କ ଦୁର୍ଘଟଣା ରୋକିବା ଲକ୍ଷ୍ୟରେ ପୋଲସରା ପୁଲିସ ପକ୍ଷରୁ ଅଭିନବ ଢଙ୍ଗରେ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ପୋଲସରା ବସଷ୍ଟାଣ୍ଡ ଠାରେ ହେଲମେଟ୍‌ ପିନ୍ଧି ଯାତାୟାତ କରୁଥିବା ଚାଳକଙ୍କୁ ଲାଲ ଗୋଲାପ ଉପହାର ଦେଇ ଉତ୍ସାହିତ କରାଯାଇଥିବା ବେଳେ ବିନା ହେଲମେଟ୍‌ରେ ଯାଉଥିବା ଚାଳକଙ୍କୁ ଲଲିପପ୍‌ ଦେଇ ସଚେତନ କରାଯାଇଥିଲା। ପ୍ରତ୍ୟେକ ମାସର ପ୍ରଥମ ସପ୍ତାହକୁ ‘ଜିରୋ କାଜୁଆଲ୍‌ଟି’ ଭାବେ ପାଳନ କରିବା ଲକ୍ଷ୍ୟରେ ପୁଲିସ ଓ ଅଟୋ ଚାଳକ ସଂଘ ପକ୍ଷରୁ ଲୋକଙ୍କୁ ସଡ଼କ ସୁରକ୍ଷା ନେଇ ବିଭିନ୍ନ ବାର୍ତ୍ତା ଦିଆଯାଇଥିଲା। ହେଲମେଟ୍‌ ବ୍ୟବହାର ସହ ଟ୍ରାଫିକ୍‌ ନିୟମ ମାନି ନିରାପଦରେ ଯାତାୟାତ କରିବାକୁ ପୁଲିସ ପକ୍ଷରୁ ଅନୁରୋଧ କରାଯାଇଥିଲା।ଥାନାଧିକାରୀ କୌଶିକ ମାଝୀଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏସ୍‌ଆଇ ମିଲନ ପ୍ରଧାନ, ଏଏସ୍‌ଆଇ କଳ୍ପନା ପ୍ରଧାନ, ରମଣ ଶବରଙ୍କ ସମେତ ପୁଲିସ କର୍ମଚାରୀ ଓ ଅଟୋ ଚାଳକ ସଂଘର ସଭାପତି ଓ ସଦସ୍ୟମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ