ଗୋପାଳ ଜୀୟୁ ଉ.ପ୍ରା ବିଦ୍ୟାଳୟର ଚାଉଳ ଚୋରି ପ୍ରସଙ୍ଗ, ତଦନ୍ତ ପରେ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ

ନାଉଗାଁ , ୭।୯(ଇମିସ) : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଗଜରାଜପୁର ପଂଚାୟତର ଗୋପାଳ ଜୀୟୁ ଉ.ପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚାଉଳ ଚୋରି କରି ନେଉଥିବା ଘଟଣା ୫ ତାରିଖ ଶୁକ୍ରବାର ବିଭିନ୍ନ ଖବର କାଗଜରେ ପ୍ରକାଶିତ ହେବା ପରେ ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ତଦନ୍ତ ଜାରି ରହିଥିଲା । ଉକ୍ତ ତଦନ୍ତ ଭାର ସିଆରସିସି ସୁକାନ୍ତ ଝଙ୍କାରଙ୍କୁ ପ୍ରଦାନ କରାଯାଇଥିଲା । ପାରିପାର୍ଶିକସ୍ଥିତ ଓ ସ୍ଥାନୀୟ ଜନସାଧାରଣଙ୍କ ବୟନାନୁସାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାସ ପ୍ରଧାନ ଛୁଟି ଦିନରେ ଚାଉଳ ଚୋରି କରି ନେଉଥିବା ଜଣାଯାଇଥିଲା । ସିଆରସିସି ଙ୍କ ରିପୋର୍ଟ ଭିତିରେ ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ପ୍ରଧାନଙ୍କୁ ନିଲମ୍ବନ କରାଯିବ ବୋଲି ବ୍ଲକ ଶିକ୍ଷାଧିକାରୀ ଦିଲିପ କୁମାର ବଡପଣ୍ଡା ସୂଚନା ଦେଇଛନ୍ତି । ଏସଂକ୍ରାନ୍ତରେ ପ୍ରଧାନ ଶିକ୍ଷକଙ୍କର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।  ସୂଚନାଯୋଗ୍ୟ ଯେ ସେପ୍ଟେମ୍ବର ୪ ତାରିଖ ରେ ଜନ୍ମାଷ୍ଟମୀ ପାଇଁ ବିଦ୍ୟାଳୟ ଛୁଟି ରହିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚାଉଳ ଦୁଇ ବସ୍ତା ଗାଡିରେ ଲଦି ଯାଉଥିବା ବେଳେ ସ୍ଥାନୀୟ ଲୋକ ଦେଖିଥିଲେ । ପରେ ପ୍ରଧାନ ଶିକ୍ଷକ ତରବରିଆ ଭାବେ ଚାଉଳ ପଡିଥିବା ସ୍ଥାନକୁ ସଫା କରି ଚାଉଳକୁ ନାଳରେ ଫୋପାଡି ସେଠାରୁ ମଟର ସାଇକେଲ ଷ୍ଟାର୍ଟ କରି ପଳାଇ ଯାଇଥିବା ଅଭିଯୋଗ ହୋଇଥିଲା  |
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ