ଅବସରପ୍ରାପ୍ତ ସୈନିକ ହାବିଲଦାରଙ୍କୁ ସମ୍ବର୍ଦ୍ଧନା
ବନ୍ତ,(ଚାନ୍ଦିନୀ ମହାନ୍ତି): ବନ୍ତ ବ୍ଲକ ଚାରିଗାଁ ଗ୍ରାମର ଅବସପ୍ରାପ୍ତ ସୈନିକ ହାବିଲଦାର୍ ରାଜେନ୍ଦ୍ର ପଣ୍ଡାଙ୍କୁ ଚାଚତେଈ ସମାଜ ସେବା ସଙ୍ଗଠନ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ସଙ୍ଗଠନର ସଂଯୋଜକ ଅବସରପ୍ରାପ୍ତ ସୈନିକ ତଥା ଯୋଗ ଗୁରୂ ଧରଣୀଧର କରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଭାପତି ଜୟଦେଵ ସାହୁ, ସମ୍ପାଦକ ସୁଦର୍ଶନ ଜେନା, କୋଷାଧ୍ୟକ୍ଷ ସନ୍ତୋଷ ପଣ୍ଡା, ସଭ୍ୟ ସନାତନ ସେଠୀ, ଶ୍ରୀବତ୍ସ କର, ଭୂପେନ୍ଦ୍ର ନାୟକ, ବନମାଳୀ ସାହୁ, ରବୀନ୍ଦ୍ର ଜେନା, ରଞ୍ଜନ କୁମାର ସାହୁ, ଜୀତେନ୍ଦ୍ର କୁମାର ପଣ୍ତା, ଭଗବାନ ପଲେଇ ପ୍ରମୁଖ ଉପସ୍ଥିତ ଥିଲେ l ଶ୍ରୀ ପଣ୍ତା ୧୭ ବର୍ଷ ଧରି ସେନା ବାହିନୀରେ ସେବା କାର୍ଯ୍ୟ ସମ୍ପାଦନ କରି ଗତ ଅଗଷ୍ଟ ୩୧ରେ ଅବସର ଗ୍ରହଣ କରିଥିଲେ l ତାଙ୍କୁ ଗ୍ରାମ ପଞ୍ଚାୟତ ତଥା ପାଳେଶ୍ୱରୀ କ୍ଲବ ପକ୍ଷରୁ ବିରାଟ ଶୋଭା ଯାତ୍ରା ଓ ସଭା ମାଧ୍ୟମରେ ସ୍ୱାଗତ ସମ୍ବର୍ଦ୍ଧନା କରା ଯାଇଥିଲା। ଶ୍ରୀ ପଣ୍ଡା ଯୁବ ବର୍ଗଙ୍କୁ ସେନାରେ ଭର୍ତ୍ତି ହେବା ପାଇଁ ଆହ୍ୱାନ କରିବା ସହିତ ସହଯୋଗ କରିବେ ବୋଲି କହିଥିଲେ l


