ସିକଲ୍ ସେଲ୍ ରୋଗ ନିରାକରଣରେ ଓଡ଼ିଶାର ବଡ଼ ପଦକ୍ଷେପ : ଏସସିବିରେ ଅତ୍ୟାଧୁନିକ ଦକ୍ଷତା କେନ୍ଦ୍ର ଉଦ୍‌ଘାଟିତ

କଟକ (ଓ୍ବାଇଏନଏସ): ସିକଲ୍ ସେଲ୍ ରୋଗ ନିରାକରଣ ଦିଗରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆଉ ଏକ ବଡ଼ ପଦକ୍ଷେପ ନିଆଯାଇଛି। କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ସିକଲ୍ ସେଲ୍ ରୋଗର ଅତ୍ୟାଧୁନିକ ଦକ୍ଷତା କେନ୍ଦ୍ର ଉଦ୍‌ଘାଟିତ ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି, ନୂତନ କେନ୍ଦ୍ରରେ ଅତ୍ୟାଧୁନିକ ପ୍ରଯୁକ୍ତି ଓ ମେସିନ୍‌ ମାଧ୍ୟମରେ ସିକଲ୍ ସେଲ୍ ସମେତ ବିଭିନ୍ନ ବଂଶଗତ ରକ୍ତରୋଗର ଶୀଘ୍ର ଓ ନିଶ୍ଚିତ ନିରୂପଣ କରାଯିବ। ନବଜାତ ଶିଶୁଙ୍କର ମଧ୍ୟ ସ୍କ୍ରିନିଂ କରାଯାଇ ଆରମ୍ଭରୁ ରୋଗ ଚିହ୍ନଟ ସହ ଚିକିତ୍ସା ଓ ନିୟମିତ ଫଲୋଅପ୍‌ ସୁବିଧା ମିଳିବ। ଏହି କେନ୍ଦ୍ରରେ ସିକଲ୍ ସେଲ୍, ଥାଲାସେମିଆ, ହିମୋଫିଲିଆ ସମେତ ବିଭିନ୍ନ ବଂଶଗତ ରକ୍ତରୋଗର ଜିନ୍‌ଗତ ପରୀକ୍ଷା ସହ ଗବେଷଣା ଓ ପ୍ରଶିକ୍ଷଣକୁ ମଧ୍ୟ ଗୁରୁତ୍ୱ ଦିଆଯିବ। ସିକଲ୍ ସେଲ୍ ରୋଗମୁକ୍ତ ଓଡ଼ିଶା ଗଠନରେ ଏହା ଏକ ମାଇଲଖୁଣ୍ଟ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।
କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ, ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ବିଧାୟକ ସୌଭିକ ବିଶ୍ୱାଳଙ୍କ ସମେତ ଏସସିବିର ବହୁ ଅଧିକାରୀ ଓ ଡାକ୍ତର ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ