ପଞ୍ଚୁଗୋଛିଆ ସମିତି ସମ୍ପାଦକଙ୍କୁ ଅବସର ସମ୍ବର୍ଦ୍ଧନା
ହାଟଡିହି (ଓ୍ବାଇଏନଏସ): ପଞ୍ଚୁଗୋଛିଆ ସମିତି ସମ୍ପାଦକ ରାମ ଚନ୍ଦ୍ର ଜେନାଙ୍କୁ ଅବସର ସମ୍ବର୍ଦ୍ଧନା ଦିଆ ଯାଇଛି। ସେ ଦୀର୍ଘ ୪୦ବର୍ଷ ଧରି ସମିତିରେ କାର୍ଯ୍ୟକରି ଚାଷୀ ମାନଙ୍କ ପ୍ରିୟ ପାତ୍ର ହୋଇ ପାରିଥିଲେ। ଆଜି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ସଭାପତି ନାରାୟଣ ରାଉତ, ସରପଞ୍ଚ ପ୍ରଶାନ୍ତ କୁମାର ରାଉତ, ଉପସଭାପତି, ଚିତ୍ରରେଖା ବରାଳ, ପରିଚାଳନା ପରିଷଦର ସଦସ୍ୟ ଶଶିକାନ୍ତ ପଣ୍ଡା, ପ୍ରଭାକର ଖଣ୍ଡା, ପ୍ରମୋଦ କୁମାର ରାଉତ, ଦତ୍ତାତ୍ରେୟ ରାୟ ସର୍ଦାର, ଇନ୍ଦ୍ରମଣି ବରାଳ, ସୁଚିତ୍ରାନନ୍ଦ ବରାଳ, ବାସନ୍ତୀ ରାଉତ, ବିଦ୍ୟାଧର ରାଉତ, ରମେଶ ଚନ୍ଦ୍ର ବିଶ୍ୱାଳ, ରତ୍ନାକର ଓଝା, ମାର୍କଣ୍ଡ ଚରଣ ନାୟକ, ଭରତ ପାତ୍ର, କୋଦଣ୍ଡଧର ସେଠୀ ପ୍ରମୁଖ ଯୋଗଦେଇ ବିଦାୟୀ ସମ୍ପାଦକ ରାମଚନ୍ଦ୍ର ଜେନାଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିବା ସହିତ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ। ଏହି ଅବସରରେ ତାଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସମ୍ପାଦକ ଦୀପକ କୁମାର ଜେନା, ଡିଇଓ ସୁବ୍ରତ କୁମାର ବରାଳ, ଏଡିଇଓ ସତ୍ୟଜିତ ଓଝା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


