ରେଭେନ୍ସା ପରିସରରେ ଏନ-ଜେନ ଡାକଘର ଉଦଘାଟିତ
କଟକ (ଓ୍ବାଇଏନଏସ): ରେଭେନ୍ସା ପରିସରରେ ନୂଆ ରୂପରେ ଡାକଘର। ଛାତ୍ରଛାତ୍ରୀଙ୍କୁ ମିଳିବ ଆଧୁନିକ ଓ ଗ୍ରାହକ-ଅନୁକୂଳ ଡାକ ସେବା । ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ଉଦଘାଟିତ ହୋଇଛି ଆଧୁନିକ ଏନ୍-ଜେନ୍ ଡାକଘର।ପାରମ୍ପରିକ ଡାକଘରଠାରୁ ଭିନ୍ନ ଏହି ଡାକଘରରେ ରହିଛି ସୁନ୍ଦର ଇଣ୍ଟିରିୟର୍, ମିନି ଲାଇବ୍ରେରୀ, ଇଣ୍ଟରନେଟ୍ ସୁବିଧା ସହ ଛାତ୍ରଛାତ୍ରୀଙ୍କ ପାଇଁ ବସିବା ଓ ସମୟ ବିତାଇବାର ବ୍ୟବସ୍ଥା। ଯୁବପିଢ଼ିଙ୍କୁ ଡାକ ସେବା ସହ ଯୋଡ଼ିବା ଏବଂ ସେମାନଙ୍କୁ ନୂଆ ଅନୁଭୂତି ଦେବା ଲକ୍ଷ୍ୟରେ ଡାକ ବିଭାଗର ଏନ୍-ଜେନ୍ ପଦକ୍ଷେପ ଅଧୀନରେ ଏହାକୁ ଆଧୁନିକ ରୂପ ଦିଆଯାଇଛି।


