ତେଜସ୍ୱିନୀ ମହିଳା ସଂଗଠନ ପକ୍ଷରୁ ବୃକ୍ଷରୋପଣ

ନାଉଗାଁ (ଓ୍ବାଇଏନଏସ) : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଜାମୁଦଣ୍ଡା ଗ୍ରାମସ୍ଥିତ ଖଣ୍ଡେଶ୍ୱର ମହାଦେବଙ୍କ ପ୍ରାଙ୍ଗଣରେ ଜିଲ୍ଲାର ଅଗ୍ରଣୀ ମହିଳା ସଂଗଠନ ‘ତେଜସ୍ୱିନୀ’ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସଂଗଠନର ସଭାପତି ଅଞ୍ଜନା ସାହୁ, ସମ୍ପାଦିକା କନକଲତା ପରିଡ଼ା, ସୀତାରାଣୀ ବେହେରା ଓ କାମିନୀ ମିଶ୍ରଙ୍କ ନେତୃତ୍ୱରେ ପ୍ରାୟ ଶହେରୁ ଊର୍ଦ୍ଧ୍ୱ ମୂଲ୍ୟବାନ ବୃକ୍ଷ ରୋପଣ କରାଯାଇଥିଲା। ଏଥିରେ ଶାଗୁଆନ, ଆକାଶିଆ, ଅଁଳା, ବଉଳ, ଆମ୍ବ ଆଦି ବିଭିନ୍ନ ଉପକାରୀ ଓ ଔଷଧୀୟ ବୃକ୍ଷ ସାମିଲ ଥିଲା। କାର୍ଯ୍ୟକ୍ରମରେ ବିଶିଷ୍ଟ ପରିବେଶବିତ୍‌ ଉତ୍କଳ ରଞ୍ଜନ ମହାନ୍ତି ଅତିଥି ଭାବେ ଯୋଗଦେଇ ପରିବେଶ ସୁରକ୍ଷା ଓ ଜଳବାୟୁ ସନ୍ତୁଳନ ରକ୍ଷାରେ ବୃକ୍ଷରୋପଣର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ଅଧିକରୁ ଅଧିକ ବୃକ୍ଷରୋପଣ ସହ ଏହାର ଯତ୍ନ ନେବାକୁ ସେ ଆହ୍ୱାନ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ