ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନରେ ଜ୍ଞାନ ବିଜ୍ଞାନ ମେଳା

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ): ଗାଙ୍ଗପୁରସ୍ଥିତ ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନ ପରିସରରେ ଜ୍ଞାନ ବିଜ୍ଞାନ ମେଳା ଉତ୍ସାହ ଓ ଉଦ୍ଦୀପନାର ସହିତ ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନଭିତ୍ତିକ ଚିନ୍ତାଧାରା, ସୃଜନଶୀଳତା ଓ ଅନୁସନ୍ଧାନମନସ୍କତା ବିକାଶ କରିବା ଉଦ୍ଦେଶ୍ୟରେ ଏହି ମେଳା ଆୟୋଜିତ ହୋଇଥିଲା। ବିଭିନ୍ନ ବିଜ୍ଞାନଭିତ୍ତିକ ପ୍ରକଳ୍ପ ଓ ପ୍ରଦର୍ଶନୀ ମାଧ୍ୟମରେ ଛାତ୍ରଛାତ୍ରୀମାନେ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ପ୍ରେସକ୍ଲବ ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀ, ଅନୁଷ୍ଠାନ ସମ୍ପାଦକ ସୀମାଞ୍ଚଳ ପୃଷ୍ଟି ଓ ଅବସରପ୍ରାପ୍ତ ଶିକ୍ଷକ ବାଳକୃଷ୍ଣ ସାବତ ଅତିଥି ଭାବେ ଯୋଗଦେଇ ମେଳା ପରିଦର୍ଶନ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ରତ୍ନାକର ନାୟକ, ଅଶୋକ କୁମାର ଗୌଡ଼, ପ୍ରକାଶ ଚନ୍ଦ୍ର ବିଷୋୟୀ, ରଙ୍କନିଧି ବିଷୋୟୀ ଓ ଦିବାକର ବିଷୋୟୀ ଉପସ୍ଥିତ ଥିଲେ। ପ୍ରଦର୍ଶିତ ପ୍ରକଳ୍ପଗୁଡ଼ିକର ମୂଲ୍ୟାୟନ ପାଇଁ ବିଜ୍ଞାନ ଶିକ୍ଷୟିତ୍ରୀ ସୁଜାତା ପଣ୍ଡା, ବିଜ୍ଞାନ ଶିକ୍ଷକ ଭୀଷ୍ମ ପ୍ରଧାନ, ମୋତିଲାଲ ନାୟକ ଓ ଭାସ୍କର ସାହୁ ବିଚାରକ ଭାବେ ଦାୟିତ୍ୱ ତୁଲାଇଥିଲେ। ବରିଷ୍ଠ ବିଭାଗରେ ଅଷ୍ଟମ ଶ୍ରେଣୀର ଛାତ୍ରୀ ସ୍ମୃତିରାଣୀ ବିଷୋୟୀ ପ୍ରଥମ, ସପ୍ତମ ଶ୍ରେଣୀର ଛାତ୍ର ଶ୍ରୀୟାନ୍ ପାତ୍ର ଦ୍ୱିତୀୟ ଏବଂ ଅଷ୍ଟମ ଶ୍ରେଣୀର ଛାତ୍ର ତେଜସ୍ କୁମାର ବିଷୋୟୀ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି କନିଷ୍ଠ ବିଭାଗରେ ପଞ୍ଚମ ଶ୍ରେଣୀର ଛାତ୍ରୀ ସୁହାନି ଜେନା ପ୍ରଥମ ସ୍ଥାନ ହାସଲ କରିଥିଲେ। ଦ୍ୱିତୀୟ ସ୍ଥାନରେ ଚତୁର୍ଥ ଶ୍ରେଣୀର ଛାତ୍ର ଶୁଭସ୍ୟ ସ୍ୱାଇଁ ଓ ଆଦର୍ଶ ସ୍ୱାଇଁ, ପଞ୍ଚମ ଶ୍ରେଣୀର ଛାତ୍ର ମୁକେଶ ଗୌଡ଼ ରହିଥିବାବେଳେ ତୃତୀୟ ସ୍ଥାନରେ ପଞ୍ଚମ ଶ୍ରେଣୀର ଛାତ୍ରୀ ନମ୍ରତା ବିଶ୍ୱାଳ, ଚତୁର୍ଥ ଶ୍ରେଣୀର ଛାତ୍ରୀ ବିଷ୍ଣୁପ୍ରିୟା ସାହୁ ଓ ସୌମ୍ୟାଶ୍ରୀ ପଟ୍ଟନାୟକ ସ୍ଥାନ ପାଇଥିଲେ। ପ୍ରଧାନ ଆଚାର୍ଯ୍ୟା ସସ୍ମିତା ମାଝୀ କାର୍ଯ୍ୟକ୍ରମର ସଂଯୋଜନା କରିଥିବାବେଳେ ସମ୍ପାଦକ ସୀମାଞ୍ଚଳ ପୃଷ୍ଟି ଧନ୍ୟବାଦ ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବାରେ ସମସ୍ତ ଗୁରୁଜୀ, ଗୁରୁମା ଓ କର୍ମଚାରୀ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ