ମା ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ
ଗୁଣପୁର,(ୱାଇ ଏନ ଏସ): ଗୁଣପୁର ବ୍ଲକ୍ ଅଫିସ ସମ୍ମୁଖରେ ଜାଗୃତି ସାଂସ୍କୃତିକ ସଙ୍ଗଠନ ପକ୍ଷରୁ ହେବାକୁ ଥିବା ମା ଗଜଲକ୍ଷ୍ମୀ ଙ୍କ ପୂଜା ସକାଶେ ବୁଧବାର ଶୁଭଖୁଣ୍ଟି ସ୍ଥାପନ କରାଯାଇଥିଲା l ପୂଜକ ଭାବେ ନବୀନ ରଥ, ପ୍ରକାଶ ରଥ, ଗୁପ୍ତେଶ୍ୱର ଆଚାର୍ଯ୍ୟ, ପ୍ରକାଶ ରାଜଗୁରୁ ପୂଜା କାର୍ଯ୍ୟ ସଂପାଦନ କରିଥିବାବେଳେ ଅକ୍ଷୟ କୁମାର ରାଜଗୁରୁ ମହାପାତ୍ର କର୍ତ୍ତା ଭାବେ କାର୍ଯ୍ୟ ତୁଲାଇଥିଲେ l ଶୁଭ ଖୁଣ୍ଟି ସ୍ଥାପନ ପରେ ଗଣେଶ ମନ୍ଦିର କୁ ଯାଇ ମା ମହାଲକ୍ଷ୍ମୀ ଙ୍କ ପୂଜାର୍ଚ୍ଚନା କରାଯାଇଥିଲା l ଚଳିତ ବର୍ଷ ମା ଗଜଲକ୍ଷ୍ମୀଙ୍କ ପୂଜା ୩୦ ବର୍ଷରେ ପହଞ୍ଚି ଥିବାବେଳେ ଅକ୍ଟୋବର ୨୫ ତାରିଖ ରୁ ପୂଜା ୯ ଦିନ ପାଇଁ ଅନୁଷ୍ଠିତ ହେବ l ଏହି କାର୍ଯ୍ୟକ୍ରମରେ ସଂଗଠନ ର ସଭାପତି ରାଜେନ୍ଦ୍ର ପ୍ରସାଦ ସାହୁକାର, ସଂପାଦକ ଶିବ ପ୍ରସାଦ ମହାପାତ୍ର, ଉପ ସଭାପତି ସମେଶ୍ୱର ସାମଲ, ଯୁଗ୍ମ ସଂପାଦକ କମଳାକାନ୍ତ ଖୁଣ୍ଟିଆ ,କୋଷଧ୍ୟକ୍ଷ ବଳରାମ ପାଣିଗ୍ରାହି, ସୁରେନ୍ଦ୍ର ଆଚାର୍ଯ୍ୟ, ବସନ୍ତ ମିଶ୍ର, ରାଧାକୃଷ୍ଣ ପଣ୍ଡା, ପ୍ରଶାନ୍ତ ଗୌଡ, ନିରଞ୍ଜନ ଗୌଡ, ସନ୍ତୋଷ କୁମାର, ଶ୍ରୀକାନ୍ତ କୁମାର ପ୍ରମୁଖ ଉପସ୍ଥିତ ଥିଲେ l


