ଗଜପତିରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ଯୋଗୁଁ ମାଟି ଅତଡ଼ା, ପଥର ଖସି ରାସ୍ତା ଅବରୋଧ

ପାରଳାଖେମୁଣ୍ଡି  (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ଆଜି ମଧ୍ୟ ପ୍ରବଳ ବର୍ଷା ଜାରି ରହିଛି. ଗତ ଦୁଇ ଦିନ ଧରି ଲଗାତାର ଭାବେ ବର୍ଷା ଲାଗି ରହିଥିବା ଯୋଗୁଁ ଆଜି ଭୂଷ୍ଫଳନଜନିତ ମାଟି ଅତଡ଼ା ସହ ବଡ଼ ବଡ଼ ପଥର ଖସି ପଡି ଯୋଗାଯୋଗ ବିଛିନ୍ନ ହୋଇଛି. ଜିଲ୍ଲାର କେତେକ ସ୍ଥାନରେ ଏହି ବର୍ଷା ଯୋଗୁଁ ଘର ଦ୍ୱାର ଭାଙ୍ଗି ପଡ଼ିଥିବା ବେଳେ ଅନ୍ୟ କେତେକ ସ୍ଥାନରେ ବହୁ ପୁରାତନ ଗଛ ଗୁଡ଼ିକ ଭାଙ୍ଗି ପଡି ରାସ୍ତା ଅବରୋଧ ହୋଇଛି. ତଥାପି ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ନିଜେ ଗତକାଲି ଠାରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ବାତ୍ୟାର ସଫଳ ମୁକାବିଲା କରିବା ସହ ସାଧାରଣଙ୍କ ସୁରକ୍ଷା ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରି ସାଧାରଣଙ୍କ ସମସ୍ତ ଆବଶ୍ୟକତାକୁ ପୂରଣ କରିପାରିଛନ୍ତି. ଆଜି ଗଜପତି ଜିଲ୍ଲାର ଆର.ଉଦୟଗିରି ବ୍ଲକ ଅନ୍ତର୍ଗତ ବସ୍ତ୍ରୀଗୁଡା ଗ୍ରାମପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତାରେ ଭୂସ୍ଖଳନ ଘଟି ରାସ୍ତା ଅବରୋଧ ହୋଇଥିଲା। ଲଗାଣ ବର୍ଷାରେ  ମାଟି ଅତଡ଼ା ଖସିବା ଫଳରେ ପରିଭେଟା ଓ ଆଖପାଖ ଅଞ୍ଚଳକୁ ସଂଯୋଗ କରୁଥିବା ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା। ଏହି ଭୂସ୍ଖଳନ କାରଣରୁ ବସ୍ତ୍ର୍ରୀଗୁଡା, ରୁଗେସିଂ ଏବଂ ବାଦୁଆ ଆଦି ଅଞ୍ଚଳକୁ ଯୋଗାଯୋଗ ସମ୍ପୂର୍ଣ ବିଛିନ୍ନ ହୋଇଥିଲା. ତେବେ ଏହି ଘଟଣା ଗଜପତି ଜିଲ୍ଲାପାଳ ଜାଣିବା ସଙ୍ଗେ ସଙ୍ଗେ ଏହାର ପ୍ରତିକାର ପାଇଁ ନିର୍ଦେଶ ଦେବାରେ ଆର. ଉଦୟଗିରି ବିଡ଼ିଓ ଲରିମନ ଖର୍ସେଲ ଘଟଣା ସ୍ଥଳରେ ପହଞ୍ଚି ଭୂଷ୍ଫଳନ ଯୋଗୁଁ ରାସ୍ତା ମଧ୍ୟରେ ପଡି ରହିଥିବା ବଡ଼ ବଡ଼ ପଥର ଖଣ୍ଡ ଗୁଡିକୁ ହଟାଇବା ପରେ ଯାନବାହାନ ଚଳାଚଳ ଆରମ୍ଭ ହୋଇଥିଲା. ଆଜି ମଧ୍ୟ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ 1300 ଜଣଙ୍କୁ ସୁରକ୍ଷିତ ଆଶ୍ରୟ ସ୍ଥଳକୁ ଆଣି ରଖା ଯାଇଛି. ସେମାନଙ୍କ ସମସ୍ତ ଖାଦ୍ୟପେୟ ଓ ଔଷଧ ଯୋଗାଣର ସମସ୍ତ ଦାୟିତ୍ୱ ଜିଲ୍ଲା ପ୍ରଶାସନ ବହନ କରୁଛି. ଆଜି ସୁଦ୍ଧା 69 ଜଣ ଗର୍ଭବତୀ ମହିଳାଙ୍କୁ ଅତ୍ୟନ୍ତ ସୁରକ୍ଷାର ସହକାରେ ମାଗୃହରେ ରଖାଯାଇ ସମସ୍ତ ଯତ୍ନ, ଖାଦ୍ୟପେୟ ବ୍ୟବସ୍ଥା କରାଯାଇଛି. ଏମାନଙ୍କ ମଧ୍ୟରୁ 4 ଜଣ ମହିଳା ପ୍ରସବ ହୋଇଥିବା ବେଳେ 2 ଜଣ ଗର୍ଭବତୀ ମହିଳାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି. ଲଗାତାର ବର୍ଷା ଯୋଗୁଁ ଗଜପତି ଜିଲ୍ଲାର ମହେନ୍ଦ୍ରତନୟା ନଦୀ ସମେତ ଜିଲ୍ଲାର କେତେକ ଛୋଟ ବଡ ନାଳ, ନଦୀ ଏବଂ ଗଣ୍ଡାହାତୀ ଜଳପ୍ରପାତରେ ବନ୍ୟା ଜଳ ପ୍ରବାହିତ ହେଉଥିବା ଲକ୍ଷ୍ୟ କରାଯାଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ