କଟକ ମାଲଗୋଦାମର ସଟର କାଟି ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସିଗାରେଟ୍ ଚୋରୀ

କଟକ, (ଓ୍ବାଇଏନଏସ): କଟକ ମାଲଗୋଦାମ ଅଞ୍ଚଳରେ ଗତ ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ଲୁଟ୍ କରିଛନ୍ତି। ଏକ ଦୋକାନର ସଟର କାଟି ଭିତରକୁ ପଶି ଲୁଟ୍ କରିଥିବା ଜଣାପଡ଼ିଛି। ସକାଳେ ସ୍ଥାନୀୟ ଲୋକେ ଦୋକାନର ସଟର କଟା ହୋଇଥିବା ଦେଖିବା ପରେ ଘଟଣା ସମ୍ପର୍କରେ ମାଲଗୋଦାମ ଥାନା ପୋଲିସକୁ ଖବର ଦେଇଥିଲେ। ଖବର ପାଇ ମାଲଗୋଦାମ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସିସିଟିଭି ଫୁଟେଜ୍ ଯାଞ୍ଚ ପରେ ଜଣାପଡ଼ିଛି ଯେ ୨ ଜଣ ଦୃବୁର୍ତ୍ତ ଏକ ଜରି ପାଲ ମାଧ୍ୟମରେ ସିଗାରେଟ୍ ବୋହି ନେଇ ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଯାହାର ଆନୁମାନିକ ମୂଲ୍ୟ ୧୦ଲକ୍ଷ ବୋଲି ଜଣାପଡ଼ିଛି । ତେବେ ଏ ସଂକ୍ରାନ୍ତରେ ଚୋରୀ ହୋଇଥିବା ଦୋକାନୀଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ, ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହ ଏ ନେଇ ତଦନ୍ତ ଜାରି ରଖିଛି ମାଲଗୋଦାମ ଥାନା ପୋଲିସ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ