୨୪ ତାରିଖରେ ଦୁର୍ଗାପୂଜା-୨୦୨୬ ପ୍ରସ୍ତୁତି ବୈଠକ

କଟକ, (ଓ୍ବାଇଏନଏସ): ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜାକୁ ଶାନ୍ତି ଶୃଙ୍ଖଳାର ସହ ସରସ ସୁନ୍ଦର ଭାବେ ପାଳନ କରିବା ନିମନ୍ତେ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ତା ୨୪.୦୯.୨୦୨୬ ରିଖ (ଗୁରୁବାର) ଅପରାହ୍ନ ୩ ଘଟିକା ୩୦ ମିନିଟ ସମୟରେ ନେତାଜୀ ସଂସ୍କୃତି ଭବନଠାରେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ତଥା ମହାନଗର ପୂଜା କମିଟି ସଭାପତି ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ । ଉକ୍ତ ବୈଠକରେ ମାନ୍ୟବର କଟକ ଲୋକସଭା ସାଂସଦ ଓ ରାଜ୍ୟସଭା ସାଂସଦଙ୍କ ସମେତ ସମସ୍ତ ବିଧାୟକ, ଜିଲ୍ଳା ପରିଷଦ ସଭାପତି, କଟକ ମହାନଗର ନିଗମ ମେୟର, କଟକ ମହାନଗର ନିଗମ ପୂଜା କମିଟି ସମ୍ପାଦକ, କଟକ ମହାନଗର ଶାନ୍ତି କମିଟି, କଟକ ମହାନଗର ପୂର୍ବାଂଚଳ ଶାନ୍ତି କମିଟି, ଆଞ୍ଚଳିକ ଶାନ୍ତି କମିଟି ସଭାପତି ଓ ସଂପାଦକ ଏବଂ ସହରର ସମସ୍ତ ପୂଜା କମିଟିର ସଭାପତି, ସଂପାଦକମାନେ ଯୋଗଦାନ ପୂର୍ବକ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିବାକୁ ଜିଲ୍ଳା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।  ଏତଦ୍‌ବ୍ୟତୀତ ଆୟୁକ୍ତ କଟକ ମହାନଗର ନିଗମ, ଉପାୟୁକ୍ତ ପୋଲିସ୍ କମିଶନରେଟ୍ ଭୁବନେଶ୍ୱର-କଟକ, ଗ୍ରାମାଂଚଳ ଏସ.ପି. ଓ ସଂପୃକ୍ତ ସମସ୍ତ ବିଭାଗୀୟ ପଦାଧିକାରୀ, ଯନ୍ତ୍ରୀ ଓ ବିଭିନ୍ନ ବେସରକାରୀ କଂପାନୀର ମୁଖ୍ୟ ପରିଚାଳନା ଅଧିକାରୀ/ ପରିଚାଳନା ସହ ସଂପୃକ୍ତ ଅଧିକାରୀ ବୈଠକରେ ଉପସ୍ଥିତ ରହି ନ୍ୟସ୍ତ କାର୍ଯ୍ୟର ସ୍ଥିତି ସମ୍ବନ୍ଧରେ ଅଗବତ କରିବାକୁ କୁହାଯାଇଛି । ଦୁର୍ଗାପୂଜା ଓ ଭସାଣୀ ଉତ୍ସବକୁ ଦୃଷ୍ଟିରେ ରଖି ବିଭିନ୍ନ ବିଷୟବସ୍ତୁ ଉପରେ ପ୍ରଶାସନିକ ପ୍ରସ୍ତୁତି ନେଇ ବୈଠକରେ ସମୀକ୍ଷା କରାଯିବ । ଏତଦ୍‌ବ୍ୟତୀତ ବିଭିନ୍ନ ପୂଜା କମିଟି ଦ୍ୱାରା ଅନୁଭୂତ ସମସ୍ୟାର ତ୍ୱରିତ ସମାଧାନ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବା ନେଇ କାର୍ଯ୍ୟସୂଚୀ ରହିଛି । ଅନ୍ୟପକ୍ଷରେ ତା ୨୬.୦୯.୨୦୨୬ ରିଖ ( ଶନିବାର) ପୂର୍ବାହ୍ନ ୧୦ ଘଟିକା ସମୟରେ ନେତାଜୀ ସଂସ୍କୃତି ଭବନଠାରେ ଗ୍ରାମାଞ୍ଚଳ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ