ଡ୍ରଗ୍ସ ଚାଲାଣ ନେଇ ସନ୍ଦେହ, କାରକୁ ଗୋଡ଼ାଇ ଧରିଲା ପୋଲିସ

ହାଟଡିହି,(ଓ୍ବାଇଏନଏସ): ଭଦ୍ରକ ପଟୁ ଆନନ୍ଦପୁର ଅଭିମୁଖେ ଯାଉଥିବା ଏକ ସନ୍ଦେହଜନକ କାରକୁ ଗୋଡ଼ାଇ ଗୋଡ଼ାଇ ଧରିଛି ନନ୍ଦିପଦା ପୋଲିସ। କାରଟିରେ ଡ୍ରଗ୍ସ କିମ୍ବା ବ୍ରାଉନସୁଗାର ଚାଲାଣ ହେଉଥିବା ନେଇ ସୂଚନା ପାଇ ବନ୍ତ ପୋଲିସ ଏହାକୁ ଅଟକାଇବାକୁ ଉଦ୍ୟମ କରିଥିଲା। ତେବେ କାରଟି ଦ୍ରୁତଗତିରେ ପଳାଇଯିବାରୁ ବନ୍ତ ପୋଲିସ ନନ୍ଦିପଦା ପୋଲିସକୁ ଏନେଇ ସୂଚନା ଦେଇଥିଲା। ସୂଚନା ପାଇ ନନ୍ଦିପଦା ପୋଲିସ କାରଟିକୁ ଅଟକାଇବାକୁ ଉଦ୍ୟମ କରିଥିଲେ ମଧ୍ୟ କାର ଚାଳକ ନ ଅଟକିବାରୁ ପୋଲିସ ଗାଡ଼ିଟିକୁ ପଛରୁ ଅନୁସରଣ କରିଥିଲା। ପରେ କାରଟି ଛେନାପଦି ଛକରୁ ହଦଗଡ଼ ରାସ୍ତାରେ ଦ୍ରୁତଗତିରେ ଯାଇ ଛେନାପଦି ହୁଡ଼ି ନିକଟରେ ପହଞ୍ଚିଥିଲା। ସେଠାରେ କାରଟିକୁ ଛାଡ଼ି ଚାଳକ ଓ ଅନ୍ୟମାନେ ପଳାଇ ଯାଇଥିବା ଜଣାପଡ଼ିଛି। ପୋଲିସ କାରଟିକୁ ଜବତ କରିବା ସହ ଏଥିରେ ପ୍ରକୃତରେ କଣ ରହିଛି ଏବଂ କାରଟି କେଉଁଠାରୁ ଆସିଥିଲା, ତାହା ନେଇ ତଦନ୍ତ ଆରମ୍ଭ କରିଥିବା ନେଇ  ନନ୍ଦିପଦା ଥାନା ଆଇଆଇସି ଧର୍ମେନ୍ଦ୍ର ଶାନ୍ତି ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ