ଭଦ୍ରକରୁ ନବମ ଶ୍ରେଣୀ ଛାତ୍ରୀ ଉଦ୍ଧାର

ହାଟଡିହି ,(ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ପରୀକ୍ଷା ଦେବାକୁ ଯାଇଥିବା ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି l ସୂଚନାରୁ ଜଣାଯାଇଛି ଯେ ଗତ ଗୁରୁବାର ଛାତ୍ରୀ ଜଣକ ପରୀକ୍ଷା ଦେବାକୁ ଘରୁ ବାହାରି ସ୍କୁଲକୁ ଯାଇଥିଲେ l କିନ୍ତୁ ଆଉ ଘରକୁ ଫେରିନଥିଲେ l ଛାତ୍ରୀ ଜଣକ ପରୀକ୍ଷା ଦେବାକୁ ଆସିନଥିବା ପରିବାର ଲୋକ ସ୍କୁଲ ତରଫରୁ ଜାଣିବାକୁ ପାଇଥିଲେ l ପରେ ଥାନାର ଦ୍ୱାରସ୍ଥ ହୋଇଥିଲେ l ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତିଙ୍କ ନେତୃତ୍ୱରେ ଦୁଇଟି ଟିମ ଗଠନ କରାଯାଇଥିଲା l ଛାତ୍ରୀଙ୍କୁ ଗତିବିଧିକୁ ଜାଣିବା ପାଇଁ ବିଭିନ୍ନ ସ୍ଥାନରେ ଥିବା ସିସିଟିଭିକୁ ଯାଞ୍ଚ କରିଥିଲେ l ପରେ ଭଦ୍ରକ ଜିଲା ରୁରାଲ ଥାନା ଅଞ୍ଚଳରୁ ଛାତ୍ରୀ ଜଣକୁ ଉଦ୍ଧାର କରାଯାଇଥିଲା l ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତି କହିଛନ୍ତି ପରିବାର ଲୋକଙ୍କୁ ସାଙ୍ଗରେ ନେଇ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲୁ l ଛାତ୍ରୀ ଜଣକ ଉଦ୍ଧାର ହେବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଲିଖିତ ଅଭିଯୋଗ କରିବାକୁ ପରିବାର ଲୋକ ମନା କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ