ବରୀରେ ସେବା ସଂକଳ୍ପ ଅଭିଯାନ

ବରୀ,(ଚୈତନ୍ୟ ଜେନା) : ବରୀ ବ୍ଲକ ଅନ୍ତର୍ଗତ ଐତିହାସିକ ଗୋପବନ୍ଧୁ ରମାଦେବୀ ଆଶ୍ରମ ପରିସରରେ ବିଜେପି ପକ୍ଷରୁ ‘ସେବା ସଂକଳ୍ପ ଅଭିଯାନ’ ଆନୁକୂଲ୍ୟରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବରୀ ବିଜେପି ଯୁବ ନେତା ରତିକାନ୍ତ ରାଜବଂଶୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଶ୍ରୀକାନ୍ତ ସାମଲ, ସଞ୍ଜତ କୁମାର ମହାନ୍ତି, ସାମାଜିକ କର୍ମୀ ତିଳୋତ୍ତମା ସେଠି, ପ୍ରଶାନ୍ତ କୁମାର ସାହୁ, ପ୍ରସାନ୍ତ ଦାସ, ଆଲୋକ ନାୟକଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଓ ଅତିଥି ଉପସ୍ଥିତ ରହିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଦୀର୍ଘ ରାଜନୈତିକ ସଫଳତା କାମନା କରି ଶତାଧିକ ମହିଳାଙ୍କ ସମେତ ଅତିଥି ମାନେ ପ୍ରଦୀପ ପ୍ରଜ୍ବଳନ କରିଥଲେ। ଏଠାରେ ଉଲ୍ଲେଖନିୟ ଯେ ଶ୍ରୀ ରାଜବଂଶୀ ଗତ ସାଧାରଣ ନିର୍ବାଚନରେ ବରୀ ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ଟିକେଟ ଦୌଡ଼ରେ ଥିବାବେଳେ ତାଙ୍କୁ ଟିକେଟ ମିଳି ନଥିଲା କିନ୍ତୁ ସେ ଦୃଢ଼ ଆଶା ପୋଷଣ କରି କହିଛନ୍ତି ଯେ ଆଗାମୀ ତ୍ରି ସ୍ତରିୟ ପଞ୍ଚାୟତ ନିର୍ବାଚନରେ ସେ ସମସ୍ତ ୪୭ ଟି ଯାକ ପଞ୍ଚାୟତରେ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ ଛିଡ଼ା କରାଇ ସଫଳ ହେବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ