ଜିଲ୍ଲାସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା
ଆସିକା (ୱାଇଏନ୍ଏସ୍): ଗଞ୍ଜାମ ଜିଲ୍ଲାସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା-୨୦୨୬ ଛତ୍ରପୁର ସ୍ଥିତ ଅନସ୍ଳୋ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଗଞ୍ଜାମ ଜିଲ୍ଲାସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ୧୧ଟି ଦଳ ଅଂଶଗ୍ରହଣ କରିଥିଲେ । ଜିଲ୍ଲାସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ଆସିକା ସରକାରୀ ଚିନିଶିଳ୍ପ ହାଇସ୍କୁଲ ତୃତୀୟ ସ୍ଥାନ ଅଧିକାର କରି ସମ୍ବର୍ଦ୍ଧିତ ହୋଇଥିବା ଜଣାପଡିଛି । ସରକାରୀ ଚିନିଶିଳ୍ପ ଉଚ୍ଚ ବିଦ୍ୟାଳୟ ବାବନପୁରର ପ୍ରଧାନଶିକ୍ଷକ ଗୌରୀ ଶଙ୍କର ଗୌଡଙ୍କ ନିର୍ଦ୍ଦେଶନା ଓ ଲେଖନୀ ଶୈଳୀରେ ପ୍ରସ୍ତୁତ ହୋଇଥିବା ନାଟକ ଆସ କିଏ ବସିବ ମୋ ଇଭି ଗାଡିରେ ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀମାନେ ଅତ୍ୟନ୍ତ ନିଖୁଣ ଭାବେ ଅଭିନୟ ପରିବେଶଣ କରି ବିଚାରକ ମଣ୍ଡଳୀଙ୍କ ଠାରୁ ଆରମ୍ଭ କରି ଦର୍ଶକଙ୍କ ମନ ମୋହିଥିବା ଦେଖିବାକୁ ମିଳିଥିଲା । ଜିଲ୍ଲାସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ଆସିକା ସରକାରୀ ଚିନିଶିଳ୍ପ ହାଇସ୍କୁଲ ବାବନପୁର ତୃତୀୟ ସ୍ଥାନ ଅଧିକାରୀ ସମ୍ବର୍ଦ୍ଧିତ ହେବା ନିଶ୍ଚିତ ଭାବେ ଗର୍ବ ଓ ଗୌରବର ବିଷୟ ବୋଲି ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି । ନାଟକ ଆସ କିଏ ବସିବ ମୋ ଇଭି ଗାଡିରେ ଉତ୍କୃଷ୍ଟ ଓ ଚମତ୍କାର ଅଭିନୟ କରିଥିବା ଆସିକା ସରକାରୀ ଚିନିଶିଳ୍ପ ହାଇସ୍କୁଲ ବାବନପୁରର ନବମ ଶ୍ରେଣୀର ବିଦ୍ୟାର୍ଥୀ ଶତଦୀପା ବିଶ୍ୱାଳ, ସାଚ୍ଚୀ ବିଷୋୟୀ, ସୁଚିତ୍ରା କୁମାରୀ ବାଡତ୍ୟା, ସନ୍ଧ୍ୟାରାଣୀ ପ୍ରଧାନ, ଶ୍ୱେତା ଦେବାଶିଷ୍ ସ୍ୱାଇଁ, ଖୁସି ନାହାକ, ଅନୁଷ୍କା ପ୍ରିୟଦର୍ଶିନୀ ଗୌଡ, ତପସ୍ୱିନୀ ନାୟକଙ୍କୁ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ଗୌରୀଶଙ୍କର ଗୌଡ, ସହକାରୀ ଶିକ୍ଷକ ରଂଜନ କୁମାର ପାତ୍ର, ଆକାଶ ପାଣିଗ୍ରାହୀ, ସଲମନ୍ ମାଝୀ, ସନ୍ତୋଷୀ ସ୍ୱାଇଁ, କ୍ରୀଡା ଶିକ୍ଷକ ଚନ୍ଦ୍ରଶେଖର ଦାଶ, କିରାଣୀ ଜଗନ୍ନାଥ ଜେନା ପ୍ରମୁଖ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସାଙ୍ଗକୁ ଉଜ୍ଜଳ ଭବିଷ୍ୟତ କାମନା କରିଥିବା ଦେଖିବାକୁ ମିଳିଛି । ଜିଲ୍ଲାସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧିକାରୀ ସମ୍ବର୍ଦ୍ଧିତ ହୋଇଥିବା ଆସିକା ସରକାରୀ ଚିନିଶିଳ୍ପ ହାଇସ୍କୁଲ ବାବନପୁରର ପ୍ରଧାନଶିକ୍ଷକ ଗୌରୀ ଶଙ୍କର ଗୌଡଙ୍କ ସମେତ ନାଟକ ଆସ କିଏ ବସିବ ମୋ ଇଭି ଗାଡିରେ ନିଖୁଣ ଅଭିନୟ କରିଥିବା ବିଦ୍ୟାର୍ଥୀମାନଙ୍କୁ ନୋଡାଲ୍ ହାଇସ୍କୁଲ ପ୍ରଧାନଶିକ୍ଷକ ତଥା ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡାର ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ର, ବାବନପୁର କ୍ଳଷ୍ଟରର ପ୍ରାକ୍ତନ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶିବଶଙ୍କର ଜେନା ଶୁଭେଚ୍ଛା ଜଣାଇଛନ୍ତି ।


