ଦିଗପହଣ୍ଡି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଆନ୍ଦୋଳନ

ଦିଗପହଣ୍ଡି(ଅଳକ ନାଥ ମିଶ୍ର):  ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଭୋପେନ କୁମାର ମହାନ୍ତ  ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ(ଏନପିଏସ) ଦିଗପହଣ୍ଡି ବ୍ଲକ ଶାଖା କମିଟି ର କାର୍ଯ୍ୟକର୍ତ୍ତା ରାଜେନ୍ଦ୍ର କୁମାର ଗୌଡ଼,ଶିବରାମ ପ୍ରଧାନ,ଶଙ୍କର ସେଠୀ,ଇ. ସିମାଦ୍ରୀ ପାତ୍ର ଏବଂ ନିଖିଳ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ ର ବ୍ଲକ ସଭାପତି ଇ. ଗଣେଷ ପାତ୍ର ଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିବା ପ୍ରତିବାଦ ରେ ବ୍ଲକ ଶିକ୍ଷକ ସଂଘ ପକ୍ଷରୁ ବୁଧବାର ଅପରାହ୍ନ ସାଢେ ୪ ରୁ ସାଢେ ୬ ଟା ଯାଏଁ ସ୍ଥାନୀୟ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୁର୍ବାର ଆନ୍ଦୋଳନ କରାଯିବା ସହ ଗଣ ଧାରଣା ଦିଆଯାଇଥିଲା। ଦୀର୍ଘ ୨ ମାସ ହେଲା ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନେକ ଶିକ୍ଷୟତ୍ରୀ ଶିକ୍ଷକ ଙ୍କୁ ମାନସିକ ନିର୍ଯାତନା ଦିଆଯିବା ସହ ଧମକ ଦିଆଯାଉଥିବା ନେଇ ଶିକ୍ଷକ ସଂଘ ପକ୍ଷରୁ ଅଭିଯୋଗ ହୋଇଛି।ଅନେକ ଶିକ୍ଷୟତ୍ରୀ ଶିକ୍ଷକ ମାନଙ୍କ ଅବସରକାଳୀନ ପ୍ରାପ୍ୟ ବକେୟା ଅର୍ଥରାଶି ଏବଂ ମୃତ୍ୟୁ କାଳୀନ ପ୍ରାପ୍ୟ ଅର୍ଥରାଶି ମଞ୍ଜୁର ରେ ଅହେତୁକ ବିଳମ୍ବ କରାଯାଉଛି।କୌଣସି କାମ ପାଇଁ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ କୁ ଆସିବା ପାଇଁ ଶିକ୍ଷୟତ୍ରୀ ଶିକ୍ଷକ ମାନଙ୍କୁ ବାରଣ କରାଯାଉଛି।ଭ୍ରମରପୁର ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ରଶ୍ମିତା ଶବର ଙ୍କୁ ବାରମ୍ବାର କାରଣ ଦର୍ଶାଅ ନୋଟିସ ଜାରି କରାଯିବା ସହ ନିଲମ୍ବନ ପାଇଁ ଧମକ ଦିଆଯାଉଛି।ସିଦ୍ଧେଶ୍ୱର ହାଇସ୍କୁଲ ଶିକ୍ଷୟତ୍ରୀ ସୁଜାତା ପଣ୍ଡା ଙ୍କ ଚିକିତ୍ସା ଜନିତ ଛୁଟି ମଞ୍ଜୁର କରାନଯିବାରୁ ସେ ଗତ ସେପ୍ଟେମ୍ବର ୨୮ ତାରିଖରେ ମୃତ୍ୟୁବରଣ କରିଥିବା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ କିରାଣୀ ବିଷ୍ଣୁ ପାଢ଼ୀ ଶିକ୍ଷୟତ୍ରୀ ଶିକ୍ଷକ ମାନଙ୍କୁ ହଇରାଣ ହରକତ କରୁଥିବା ନେଇ ସଂଘର କାର୍ଯ୍ୟକର୍ତ୍ତା ଓ ଶିକ୍ଷୟତ୍ରୀ ଶିକ୍ଷକ ବୃନ୍ଦ ଅଭିଯୋଗ କରିଛନ୍ତି। ଗତ ୧ ତାରିଖ ପୂର୍ବାହ୍ନ ୧୦ ଟା ୨୦ ରେ ସଂଘର ୫ କର୍ମକର୍ତ୍ତା ବ୍ଲକ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟକୁ ଅଭିଯୋଗ ପାଇଁ ଯାଇଥିବା ବେଳେ ବ୍ଲକ ଶିକ୍ଷାଧିକାରୀ ଏବଂ କର୍ମଚାରୀ ବୃନ୍ଦ କାର୍ଯ୍ୟଳୟରେ ଅନୁପସ୍ଥିତ ଥିଲେ।ପରେ ଅପରାହ୍ନ ପ୍ରାୟ ସାଢେ ୪ ଟାରେ ସଂଘର କର୍ମକର୍ତ୍ତା ବୃନ୍ଦ ଶତାଧିକ ଶିକ୍ଷୟତ୍ରୀ ଶିକ୍ଷକ ସହ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ ସହ ବିଭିନ୍ନ ସମସ୍ୟା ସମାଧାନ ନେଇ ଆଲୋଚନା କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଆକ୍ରୋଶ ମୂଳକ ଭାବେ ବ୍ଲକ ଶିକ୍ଷାଧିକାରୀ ଶିକ୍ଷକ ସଂଘ ର ୫ କାର୍ଯ୍ୟକର୍ତ୍ତା ଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ଏହାର ପ୍ରତିବାଦ ରେ ଶିକ୍ଷକ ସଂଘ ଆନ୍ଦୋଳନ କୁ ଓହ୍ଲାଇ ଥିବା ସଂଘର ସଭାପତି ରାଜେନ୍ଦ୍ର କୁମାର ଗୌଡ଼ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ବୃନ୍ଦ ଗଣଧାରଣା ସ୍ଥଳରେ ଆୟୋଜିତ ସଭାରେ ଉଦବୋଧନ ଦେଇଥିଲେ। ପରେ ବ୍ଲକ ଶିକ୍ଷାଧିକାରୀ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଶିକ୍ଷକ ପ୍ରତିନିଧିଦଳ ସହ ସବିଶେଷ ଆଲୋଚନା କରିଥିଲେ।ପ୍ରତ୍ୟେକ ମାସର ପ୍ରଥମ ଶନିବାର ଏବଂ ଶେଷ ଶନିବାର ଶିକ୍ଷୟତ୍ରୀ ଶିକ୍ଷକ ମାନଙ୍କ ଅଭିଯୋଗ ଶୁଣାଣି କରାଯିବ। ଏନେଇ ଏକ ଫର୍ମାଟ ପ୍ରସ୍ତୁତ କରାଯାଇଛି। ଅଭିଯୋଗ ର ସମାଧାନ ନେଇ ସେମାନେ ପରବର୍ତ୍ତୀ ସମୟରେ ଅନୁଧ୍ୟାନ ପାଇଁ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କରିପାରିବେ ଏବଂ ଶିକ୍ଷକ ସଂଘର ଅନ୍ୟାନ୍ୟ ଦାବୀ ଖୁବ୍ ଶୀଘ୍ର  ସମାଧାନ ପାଇଁ ବିଇଓ ପ୍ରତିଶ୍ରୁତି ଦେବା ସହ ୫ ଶିକ୍ଷକ ସଂଘ କାର୍ଯ୍ୟକର୍ତ୍ତା ଙ୍କୁ ଜାରି କରାଯାଇଥିବା କାରଣ ଦର୍ଶାଅ ନୋଟିସ ପ୍ରତ୍ୟାହାର କରାଯାଇଥିବା କହିବା ପରେ ଶିକ୍ଷକ ସଂଘ ପକ୍ଷରୁ ଆନ୍ଦୋଳନ କୁ ପ୍ରତ୍ୟାହାର କରାଯାଇଥିବା ସଂଘ ସଭାପତି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ