ପୂର୍ବତନ ସରପଞ୍ଚ ବିଦ୍ୟାଧର ସାମଲଙ୍କ ପରଲୋକ

ଧାମନଗର (ଓ୍ବାଇଏନଏସ): ଧାମନଗର ବ୍ଲକ ଅନ୍ତର୍ଗତ ସୋହଡା ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ବିଶିଷ୍ଟ ସମାଜସେବୀ ତଥା ଯୁବ ନେତା ଅଶ୍ୱିନୀ କୁମାର ସାମଲଙ୍କ ପିତା ବିଦ୍ୟାଧର ସାମଲଙ୍କ ୭୫ ବର୍ଷରେ ଦେହାନ୍ତ ହୋଇଛି। ସୂଚନା ଅନୁଯାୟୀ ସ୍ୱର୍ଗତ ସାମଲ ୧୯୯୦ ମସିହାରେ ସରପଞ୍ଚ ହୋଇ ଗ୍ରାମରେ ଉନ୍ନୟନ ମୂଳକ କାର୍ଯ୍ୟ କରି ସୁନାମ ଅର୍ଜନ କରିଥିଲେ। ସେ ଜଣେ ମେଳାପୀ,ମିଷ୍ଠାଭାସି,ଦରଦୀ ଓ ପରୋପକାରୀ ମଣିଷ ଥିଲେ। କିଛି ଦିନ ତଳେ ଅସୁସ୍ଥ ହୋଇ ଘରୋଇ ଚିକିତ୍ସାଧିନ ଅବସ୍ଥାରେ ଶୁକ୍ରବାର ରାତି ପ୍ରାୟ ୧୦ ଟା ସମୟରେ ମୃତ୍ୟୁ ବରଣ କରିଛନ୍ତି। ମୃତ୍ୟୁ ବେଳକୁ ପରିବାର ଲୋକେ ସମସ୍ତେ ଉପସ୍ଥିତ ଥିଲେ ସୂଚନା ଦିଆଯାଇଛି।ଏହି ଦୁଖଦ ମୃତ୍ୟୁ ଖବର ପ୍ରସାରିତ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ମୃତ୍ୟୁ ଖବର ଶୁଣି ଧାମନଗର ର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ,ପ୍ରତାପ ସାମଲ,ଅରବିନ୍ଦ ପତି,ପ୍ରମୋଦ ସୁତାର,ସ୍ଥାନୀୟ ସରପଞ୍ଚ,ସମିତି ସଭ୍ୟଙ୍କ ସମେତ ବିଭିନ୍ନ ଦଳର ନେତୃମଣ୍ଡଳୀ ଓ ଶୁଭେଚ୍ଛୁ ଗ୍ରାମବାସୀ ତାଙ୍କ ବାସ ଭବନରେ ପହଞ୍ଚି ସ୍ୱର୍ଗତ ସାମଲଙ୍କୁ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇ ତାଙ୍କର ଅମର ଆତ୍ମାର ସଦଗତି କାମନା କରି ଭାଙ୍ଗି ପଡିଥିବା ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି।ସ୍ୱର୍ଗତ ସାମଲଙ୍କ ମରଶରୀରକୁ ଯାଜପୁର ସ୍ଥିତ ଦଶାସନି ମହା ଶ୍ମାଶାନ ଘାଟ ଠାରେ ଶବ ସତ୍କାର କରାଯାଇଥିବା ବେଳେ ବଡ଼ ପୁଅ ଅଶ୍ୱିନୀ କୁମାର ସାମଲ ମୁଖlଗ୍ନି ଦେଇଥିଲେ। ଧାମନଗର ବିଧାୟକ ତଥା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ,ଧୁଷୁରୀ ଜିଲ୍ଲା ପରିଷଦ ପ୍ରଦୀପ କୁମାର ମଲ୍ଲିକ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଫୋନ ମାଧ୍ୟମରେ ଗଭୀର ଦୁଃଖ ପ୍ରକାଶ କରି ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିବା ପରିବାର ଠାରୁ ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ