ଭକ୍ତବତ୍ସଳା ମା’ ଶ୍ୟାମାକାଳୀଙ୍କ ପୀଠରେ ନବରାତ୍ରୀ ପୂଜା ଆରମ୍ଭ

ଆସିକା (ୱାଇଏନ୍‍ଏସ୍‍) : ଆସିକା ପୌର ପରିଷଦ ଅଧିନସ୍ଥ କାଳୀମୁଖୀ ସାହିରେ କେଉଁ ଆବାହମାନ କାଳରୁ ପୂଜା ପାଇ ଆସୁଥିବା ମା’ କାଳୀମୁଖୀଙ୍କ ପୀଠରେ ବିଜେ ଶ୍ୟାମାକାଳୀଙ୍କ ନବରାତ୍ରୀ ପୂଜା ପୂର୍ବବର୍ଷଭଳି ଚଳିତବର୍ଷ ମଧ୍ୟ ପାରମ୍ପରିକ ରୀତିନୀତି ଅନୁଯାୟୀ ରବିବାର ଠାରୁ ଆରମ୍ଭ ହୋଇଥିବା ଲକ୍ଷ୍ୟ କରାଯାଇଛି । ବର୍ଷତମାମ ମନ୍ଦିରରେ ପାଳିତ ହେଉଥିବା ବିଭିନ୍ନ ପର୍ବପର୍ବାଣୀ ମଧ୍ୟରେ ନବରାତ୍ରୀ ପୂଜାର ଏକ ସ୍ୱତନ୍ତ୍ରତା ରହିଛି । ଏହି ନବରାତ୍ର ସମୟରେ ମା’ ଶ୍ୟାମାକାଳୀଙ୍କୁ ଦର୍ଶନକଲେ ଅଧିକ ପୂଣ୍ୟ ମିଳେ ବୋଲି ଲୋକକଥା ପ୍ରଚଳିତ ରହିଥିବାରୁ ଏହି ଶକ୍ତିପୀଠରେ ଦିନ ତମାମ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼ ଲାଗି ରହୁଥିବା ଦେଖିବାକୁ ମିଳୁଛି । ନବରାତ୍ର ଅବସରରେ ଆସିକା ତଥା ଏହାର ଆଖପାଖ ଅଞ୍ଚଳର ଶକ୍ତିପୀଠ ଗୁଡ଼ିକରେ ଚଣ୍ଡିପାଠ, ହୋମଯଜ୍ଞ ଓ ବିଶେଷ ପୂଜାର୍ଚ୍ଚନା ଚାଲିଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହୁଥିବା ବେଳେ ସାନ୍ଧ୍ୟ ଆଳତୀ ସମୟରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଅତି ମାତ୍ରାରେ ବୃଦ୍ଧି ପାଇଥାଏ । ଘଣ୍ଟଧ୍ୱନି, ହୁଳହୁଳି ଶବ୍ଦରେ ମନ୍ଦିର ପରିବେଶ ପ୍ରକମ୍ପିତ ହୋଇପଡ଼ୁଥିବା ଲକ୍ଷ୍ୟ କରାଯାଇଛି । ଶାରଦୀୟ ଦୁର୍ଗାପୂଜା ଅବସରରେ ମା’ ଶ୍ୟାମାକାଳୀଙ୍କ ପୀଠରେ ଆରମ୍ଭ ହୋଇଥିବା ନବରାତ୍ର ପୂଜାକୁ ସୁପରିଚାଳନା କରିବା ଦିଗରେ ମନ୍ଦିର ପରିଚାଳନା କମିଟି ସଭାପତି ଡାକ୍ତର ଶ୍ୟାମଘନ ବିଶ୍ୱାଳ, ଉପସଭାପତି ଟି.ଦୀପକ କୁମାର ପାତ୍ର, ସଂପାଦକ ଦେବହରି ମହାନ୍ତି, ସହସଂପାଦକ ସନ୍ତୋଷ କୁମାର ପୋଲାଇ, କୋଷାଧ୍ୟକ୍ଷ ତରୁଣ କୁମାର ପଟ୍ଟନାୟକ, ଉପଦେଷ୍ଟା ତଥା ଆସିକା ପ୍ରେସ୍‍କ୍ଳବର ସଭାପତି ସତ୍ୟନାରାୟଣ ରଥ, ମନ୍ଦିର ପୂଜକ ଗଣପତି ମୁନି, ସତ୍ୟନାରାୟଣ ମୁନି, ପ୍ରମୋଦ କୁମାର ମୁନି, ଆଧ୍ୟାତ୍ମିକପ୍ରେମୀ ନିରଞ୍ଜନ ମହାନ୍ତି, ଅଜିତ୍‍ କୁମାର ପଟ୍ଟନାୟକ, ଧିରେନ୍‍ କୁମାର ପଣ୍ଡା, ସରୋଜ କୁମାର ଦାଶ, ଏ.ଯୁଧିଷ୍ଠିର ଦୋରା, ପ୍ରସନ୍ନ କୁମାର ତ୍ରିପାଠୀ, ରବିନ୍ଦ୍ରନାଥ ପୋଲାଇ, ଏମ୍‍.ତାରିଣୀ ସେନାପତି, ମଦନ ମୋହନ ପୋଲାଇ, ଦୁର୍ଗାପ୍ରସାଦ ପଣ୍ଡା, ପ୍ରଦୀପ କୁମାର ପରିଡା, ରାମଚନ୍ଦ୍ର ରା, ଜି.ସୂର୍ଯ୍ୟପ୍ରକାଶ ରାଓ, ସୁନିଲ୍‍ କୁମାର ମିଶ୍ର, ସନ୍ତୋଷ କୁମାର ସେଠୀଙ୍କ ସମେତ ବହୁ ଶ୍ରଦ୍ଧାଳୁ ଭକ୍ତ ସକ୍ରିୟ ସହଯୋଗ କରୁଥିବା ବେଳେ ପୋଲସରା ହାତୀଓଟ ନିକଟସ୍ଥ ଚନ୍ଦ୍ରମାଦେଇପୁର ଶାସନର ଅଭିଜ୍ଞ ପଣ୍ଡିତ ତଥା ପୁରୋହିତ କାଳୁ ଚରଣ ମହାପାତ୍ର ଓ ସହଯୋଗୀ ଲାଲାଶାସନ ଗ୍ରାମର କାହ୍ନୁ ଚରଣ ତ୍ରିପାଠୀ ଓ ଦିଲୀପ କୁମାର ଦେବତା ଚଣ୍ଡୀପାଠ କରୁଥିବା ଦେଖିବାକୁ ମିଳୁଛି । ମା’ କାଳୀମୁଖୀଙ୍କ ପୀଠରେ ନବରାତ୍ରୀ ପୂଜା ଅବସରରେ ରବିବାର ପାରମ୍ପରିକ ରୀତିରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଗଙ୍ଗା ଆବାହାନ, କଳସ ଯାତ୍ରା, ନବ ପତ୍ରିକା ସ୍ନାନ, ଘଟ ଓ ଅଖଣ୍ଡ ଦୀପ ସ୍ଥାପନ, ପୂଜା ଆରମ୍ଭ ଓ ହୋମ ଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ