ଵାଲି ଟେଣ୍ଡର ହେଲା ନାହିଁ : ଅଧିକାରୀଙ୍କୁ ଟଙ୍କା ଦେଇ ବାଲି ଚାଲାଣ କଲେ ଟ୍ରାକ୍ଟର ମାଲିକ

କଲ୍ୟାଣସିଂହପୁର (ଓ୍ବାଇଏନଏସ): ଦଶହରା ଆସିଛି ସମସ୍ତେ ଚଳ ଚଞ୍ଚଳ। ଅଧିକାରୀଠୁ ଆରମ୍ଭ କରି ସାଧାରଣ ଲୋକ ଶ୍ରମିକଙ୍କଠୁ ଆରମ୍ବ କରି ମାଲିକ ପର୍ଯ୍ୟନ୍ତ। ନଦୀଠୁ ଆରମ୍ଭ କାରି ପାହାଡ଼ ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ଚଳ ଚଞ୍ଚଳ ହୋଇ ପଡିଛି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ତହସିଲ ଅଞ୍ଚଳରେ। ସରକାର ବାଲି, ପଥର ସୌରାତ ଟେଣ୍ଡର କରି ନାହାନ୍ତି ବୋଲି ଆମେ ଟଙ୍କା ଦେଇ ବାଲି ପଥର ନେଉଛୁ ବୋଲି ଜଣେ ଟ୍ରାକ୍ଟର ମାଲିକ ଗଣ ମାଧ୍ୟମକୁ ଜଣାଇଛନ୍ତି। ଏହି ବ୍ଲକରେ ନଗବଳି କଲ୍ୟାଣୀ ନଦୀରେ ବିଭନ୍ନ ଘଟରୁ ଦିନରାତି ବାଲି ବୁହା ହେଉଥିବା ଚିତ୍ର ବୟାନ କରୁଛି। ଏହି ବ୍ଲକରେ ବାଲି କିମ୍ବା ପଥର ସୌରତ ସରକାର ଟେଣ୍ଡର ପ୍ରକାଶ କରି ନାହାନ୍ତି। ଯାହା ଫଳରେ କୋଟି କୋଟି ଟଙ୍କା ରାଜସ୍ୱ ହରାଉଛନ୍ତି। ଦଶହରା ଆସିଛି ଲୋକଙ୍କୁ ଓ ଠିକା କମ୍ପନୀକୁ ବାଲି ଦରକାର ପଡୁଛି ରାତି ଦିନ ବାଲି ବୁହା ଚାଲିଛି। ବାଲି ବିକ୍ରି କଲେ ଶ୍ରମିକ, ଡ୍ରାଇଭର, ଟ୍ରାକ୍ଟର ମାଲିକ, ବାଲି ମାଫିଆ,ତସିଲଦାର, ଖଣି ଅଧିକାରୀ, ପୋଲିସଙ୍କ ସହ ଅନ୍ୟମାନଙ୍କ ଜଡିତ ହୋଇ ଜୀବନ ଜୀବିକା ସହ ଲକ୍ଷ ଲକ୍ଷ ଟଙ୍କାର ଖେଳ ହୋଇଥାଏ ବୋଲି ବୁଧିଯିବି ମହଲରେ ଚର୍ଚା ହେଉଛି।ସରକାରଙ୍କ ଅଧିକାରୀ ମାନଙ୍କ ହାତ ଚିକଣ କରିବା ପାଇଁ ସରକାର ବାଲି ଟେଣ୍ଡର ପ୍ରକାଶ କରୁ ନାହାନ୍ତି ବୋଲି ଅଭିଯୋଗ ହୋଇଛି। ଟ୍ରାକ୍ଟର ମାଲିକ ମାନେ ଟ୍ରିପ ପିଚା ଦୁଇରୁ ଛଅ ହଜାର ପର୍ଯ୍ୟନ୍ତ ଟଙ୍କା ନେଇ ବିକ୍ରି କରିଥାନ୍ତି। ବାଲି ବିକ୍ରୀକଲେ ଲେବର ଡ୍ରାଇଭର ଓ ମାଲିକଙ୍କ ହାତ ଚଳିବ ଜୀବନ ଚାଲିବ ବୋଲି କିଛି ମାଲିକ ଯୁକ୍ତି ବଡିଛନ୍ତି। ବିନା ଟେଣ୍ଡରରେ ଖଣି ବିବାହ ଚୋରା ବାଲି ଧରିବା ନାମରେ ଲକ୍ଷଟଙ୍କା ଫାଇନ କାଟି ସରକାରଙ୍କ ଖାତାରେ ଦର୍ଶାଇ ଲକ୍ଷଲକ୍ଷଟଙ୍କା ଅଲଗା ନିଜ ପକେଟ ପୁରାଉଥିବା ଚିତ୍ର ପଦାକୁ ଆସିଛି।ଟେଣ୍ଡର ହେଉନି ବୋଲି ବାଲି ଚୋରା ଚାଲାଣ ଅଧିକାରୀଙ୍କ ପାଇଁ ପୁଷ ମାସ ସଦୃଶ୍ୟ। କିଏ ଖଣି ବିଭଗକୁ ଫନକଲେ ଆସି ଫାଇନ ପକାଇ ନିଦା ବିଷ୍ଣୁ ସାଜିଥାନ୍ତି ଅଧିକାରୀ ମାଲେ ମାଲ ହୁଅନ୍ତି ବାଲି ମାଫିଆ। ଗତ ତିନି ଦିନ ପୂର୍ବେ କିଛି ଟ୍ରାକ୍ଟର ମାଲିକ ଖଣି ବିଭାଗ ନିକଟରେ ୫୦ ହଜାର ଟଙ୍କା ଫାଇନ ବାନ୍ଧିଛୁ ବୋଲି ଶିକର ପାଇ ଗ୍ରାମର ମାଲିକ ପ୍ରକାଶ କରିଛନ୍ତି। ଏସମ୍ପର୍କରେ  ଗଣମାଧ୍ୟମ ପ୍ରତିନିଧି ଖଣି ଅଧିକାରି ପଚାରିବାରୁ ଗତ ତିନିଦିନ ପୂର୍ବେ ଚୋରା ବାଲି ଚାଲାଣ ବେଳେ ଚଢ଼ାଉ କରି ୫୦ ହଜାର ଟଙ୍କା ଫାଇନ କଟା ଯାଇଥିଲା। ଆଜି କୋଡିଏରୁ ଅଧିକ ନାଗାବଳି ନଦୀ କୁମାରଗୁଡା ଗ୍ରାମ ଘାଟରୁ ଉତ୍ତୋଳନ ହେଉଥିଲା ଗଣମାଧ୍ୟମ ପ୍ରତିନିଧି ଅଭିଯୋଗ କରିବାରୁ ୫ଟି ଖଣ୍ଡେ ଟ୍ରାକ୍ଟର ବାଲି କଡୁଥିବେ ବୋଲି କଥାକୁ ମିଥ୍ୟା ପମାଣିତ କରି କହିଥିଲେ, ତେବେ ମୁଁ ଆଜି ଯିବି ଦେଖିବି ବୋଲି ପ୍ରକାଶ କରିଛନ୍ତି।ବାଲି ମାଫିଆ ମାନେ କୁଆଡେ ଟଙ୍କା ଦେଇଛନ୍ତି ବୋଲି ଦିବାଲୋକରେ ନଦୀ ମଝିରୁ ବାଲି କଡୀ ଚୋରାରେ ନଉଛନ୍ତି ବୋଲି ଅଭିଯୋଗ ହୋଇଛି। ଏଠି ମାଲିକ, ମାଫିଆ ଓ ଅଧିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଥିବା ସ୍ପଷ୍ଟ ହୋଇଛି କହିଲେ ଭୁଲ ହେବନାହିଁ। ସ୍ଵଛ ସରକାର ଦୁର୍ନୀମୁକ୍ତ ଶାସନ କରିବି କହି ସରକାରକୁ ଆସିଥିବା ସରକାର ପ୍ରଶାସନ ନିକଟରେ ବନ୍ଧା ପଡିଵା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ