ଦୁଇ ମହାବିଦ୍ୟାଳୟର ଛାତ୍ରସଂସଦ ନିର୍ବାଚନରେ ଏବିଭିପିର ବାଜିମାତ୍‍

ଆସିକା  (ୱାଇଏନ୍‍ଏସ୍‍) : ଆସିକାର ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟ ଏବଂ ଆସିକା ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରସଂସଦ ନିର୍ବାଚନରେ କିଏ ଜିତିବ ଓ କିଏ ହାରିବ ତାହାକୁ ନେଇ ଗତ କିଛି ଦିନ ଧରି ଲାଗିରହିଥିବା କଳ୍ପନାଜଳ୍ପନାର ଅବସାନ ଘଟିଥିବା ଜଣାପଡିଛି । ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟ ଏବଂ ଆସିକା ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ସମର୍ଥିକ ପ୍ରାର୍ଥୀମାନେ ବିଭିନ୍ନ ପଦପଦବୀରେ ଏକତରଫା ଭାବେ ବିଜୟୀ ହୋଇଥିବା ଜଣାପଡିଛି । ଆସିକା ମେକ୍‍ ମାଇକେଲ୍‍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟର ଛାତ୍ରସଂସଦର ବିଭିନ୍ନ ପଦପଦବୀ ଲାଗି ସର୍ବସମ୍ମତିକ୍ରମେ ଚୟନ କରାଯାଇଥିବା କର୍ମକର୍ତ୍ତାଙ୍କ ନାମ ଶିକ୍ଷାନୁଷ୍ଠାନ ପକ୍ଷରୁ ଘୋଷଣା କରାଯାଇଛି । ଆସିକା ମେକ୍‍ ମାଇକେଲ୍‍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟର ସର୍ବସମ୍ମତିକ୍ରମେ ଛାତ୍ରସଂସଦର ସଭାପତି ରୂପେ ଜିତେନ୍ଦ୍ର ନାୟକ, ଉପସଭାପତି ରୂପେ କେ.ଶୃତି ପାତ୍ର, ସାଧାରଣ ସଂପାଦିକା ରୂପେ ବୈଶାଖୀ ସ୍ୱାଇଁ, ସହସଂପାଦିକା ରୂପେ ଅର୍ପିତା ସ୍ୱାଇଁ, ସାଂସ୍କୃତିକ ପରିଷଦର ସଂପାଦିକା ରୂପେ ପହେଲୀ ସ୍ୱାଇଁ, କ୍ରୀଡାସଂସଦର ସଂପାଦକ ରୂପେ ଆଦର୍ଶ ସ୍ୱାଇଁ, ନାଟ୍ୟସଂସଦର ସଂପାଦିକା ରୂପେ ସୋନାଲୀ ପ୍ରଧାନ, ପତ୍ରିକା ସଂପାଦିକା ରୂପେ ରାକ୍ଷୀ କୁମାରୀ ପଣ୍ଡା ମନୋନୀତ ହୋଇଥିବା ଜଣାପଡିଛି । ଆସିକା ମେକ୍‍ ମାଇକେଲ୍‍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟର ସର୍ବସମ୍ମତିକ୍ରମେ ମନୋନୀତ ହୋଇଥିବା ଛାତ୍ରସଂସଦର ନୂତନ କର୍ମକର୍ତ୍ତାମାନେ ଏବିଭିପି ସମର୍ଥିତ ପ୍ରାର୍ଥୀ ବୋଲି ଜଣାପଡିଛି । ଆସିକା ମେକ୍‍ ମାଇକେଲ୍‍ ସଂସ୍କୃତ ମହାବିଦ୍ୟାଳୟ ସ୍ଥାପନ ହେବା ଠାରୁ ପ୍ରଥମ ଥର ପାଇଁ ଛାତ୍ରସଂସଦର କର୍ମକର୍ତ୍ତା ସର୍ବସମ୍ମତିକ୍ରମେ ଚୟନ କରାଯାଇଥିଲା । ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟର ଛାତ୍ରସଂସଦର ଉପସଭାପତି ରୂପେ ସାଗରି ସ୍ୱାଇଁ, ସାଧାରଣ ସଂପାଦକ ରୂପେ ଶ୍ରଦ୍ଧା ମିଶ୍ର, ସହସାଧାରଣ ସଂପାଦକ ରୂପେ ଆଶା ସ୍ୱାଇଁ, କ୍ରୀଡାସଂସଦର ସଂପାଦକ ରୂପେ ସୋନାଲୀ ପରିଡା, ନାଟ୍ୟକଳା ସଂସଦର ସଂପାଦକ ରୂପେ ଭାରତୀ ସ୍ୱାଇଁ ଓ ସହସଂପାଦକ ରୂପେ ଶୁଭସ୍ମିତା ଦାଶ ଗୁରବାର ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ବିଜୟୀ ହୋଇଛନ୍ତି ବୋଲି ଶିକ୍ଷାନୁଷ୍ଠାନ ସୂତ୍ରରୁ ଜଣାପଡିଛି । ସେହିଭଳି ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟର ଛାତ୍ରସଂସଦର ସଭାପତି ରୂପେ ଅପ୍ରତିଦ୍ୱନ୍ଦୀ ଥିବା ବିସ୍ମିତା ପ୍ରିୟଦର୍ଶିନୀ ପାଣିଗ୍ରାହୀ ଏବଂ କ୍ରୀଡାସଂସଦର ସହସଂପାଦିକା ରୂପେ ଅପ୍ରତିଦ୍ୱନ୍ଦୀ ଥିବା ସ୍ନେହା ମୁନି, ଡିଏସ୍‍ଏ ସଂପାଦିକା ରୂପେ ଅପ୍ରତିଦ୍ୱନ୍ଦୀ ଥିବା ସିମ୍‍ରନ୍‍ ଜେନା ଓ ସହସଂପାଦିକା ରୂପେ ଅପ୍ରତିଦ୍ୱନ୍ଦୀ ଥିବା କୁମାରୀ ଲକ୍ଷ୍ମୀ ସ୍ୱାଇଁ, ଷ୍ଟୁଡେଣ୍ଟ କମନ୍‍ ରୁମ୍‍ର ସଂପାଦକ ରୂପେ ଅପ୍ରତିଦ୍ୱନ୍ଦୀ ଥିବା ଶୁଭଶ୍ରୀ ପଶୁପାଳକ ଏବଂ ସହସଂପାଦକ ରୂପେ ଅପ୍ରତିଦ୍ୱନ୍ଦୀ ଥିବା ଜି.ସାଇପ୍ରିୟା ରାଓଙ୍କୁ ଆନୁଷ୍ଠାନିକ ଭାବେ ନିର୍ବାଚିତ ଘୋଷଣା କରାଯାଇଥିବା ଜଣାପଡିଛି । ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟର ଛାତ୍ରୀସଂସଦ ନିର୍ବାଚନରେ ବିଜୟୀ ହୋଇଥିବା ବହୁ ପ୍ରାର୍ଥୀ ଏବିଭିପି ସମର୍ଥିତ ବୋଲି ଜଣାପଡିଛି । ଆସିକା ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରସଂସଦର ସଭାପତି ରୂପେ ପ୍ରିୟବ୍ରତ ଦାଶ, ଉପସଭାପତି ରୂପେ କେ.ଶିବରାମ ପାତ୍ର, ସଂପାଦକ ରୂପେ ପାୟଲ୍‍ ନାହାକ, ସହସଂପାଦକ ରୂପେ ଶିବରାମ ଜେନା, କ୍ରୀଡସଂସଦର ସଂପାଦକ ରୂପେ ଚନ୍ଦନ ଗୌଡ, ନାଟ୍ୟକଳା ସଂସଦର ସଂପାଦକ ରୂପେ ଦୀପକ ବାଡତ୍ୟା, ବୟସ୍‍ କମନ୍‍ ରୁମ୍‍ ସଂପାଦକ ରୂପେ ଋଷି ପ୍ରଧାନ, ଗାର୍ଲ୍ସ କମନ୍‍ ରୁମ୍‍ ସଂପାଦକ ରୂପେ ନାଇନା ବାଡତ୍ୟା, ବାଣିଜ୍ୟ ସୋସାଇଟି ସଂପାଦକ ରୂପେ ଏ.ରୁଦ୍ର ମାଧବ ପାତ୍ର, ହ୍ୟୁମାନିଟି ସୋସାଇଟି ସଂପାଦକ ରୂପେ ଚିରଞ୍ଜିବୀ ମହାନ୍ତି, ବିଜ୍ଞାନ ସୋସାଇଟି ସଂପାଦକ ରୂପେ ତେଜସ୍ୱିନୀ ପ୍ରଧାନ ନିର୍ବାଚିତ ହୋଇଥିବା ଜଣାପଡିଛି । ଆସିକାର ଦୁଇ ପୁରାତନ ମହାବିଦ୍ୟାଳୟ ରୂପେ ପରିଚିତ ଥିବା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟ ଏବଂ ଆସିକା ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରସଂସଦ ନିର୍ବାଚନରେ ବହୁ ସଂଖ୍ୟାରେ ଏବିଭିପି ସମର୍ଥିକ ପ୍ରାର୍ଥୀମାନେ ବହୁ ସଂଖ୍ୟାରେ ବାଜିମାତ୍‍ କରିବା ପରେ ବିଜେପି ଶିବିରରେ ଖୁସିର ଲହରୀ ଖେଳିଯାଇଥିବା ଦେଖିବାକୁ ମିଳିଛି । ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଛାତ୍ରସଂସଦ ନିର୍ବାଚନର ଫଳାଫଳ ଆସିକା ରାଜନୀତିକୁ ହଲ୍‍ଚଲ୍‍ କରିପକାଇଥିବା ଚର୍ଚ୍ଚା ହେଉଛି । ଛାତ୍ରସଂସଦର ନିର୍ବାଚନର ଫଳାଫଳକୁ ନେଇ ଆସିକା ବିଧାୟକ ସରୋଜ କୁମାର ପାଢୀ, ବରିଷ୍ଠ ବିଜେପିି ନେତା ନିରଞ୍ଜନ ମହାନ୍ତି ଓ ଶିବ କୁମାର ନାୟକ ଏବଂ ବିଜୟ କୁମାର ସ୍ୱାଇଁ, ଏବିଭିପି କାର୍ଯ୍ୟକର୍ତ୍ତା ଅନିଲ୍‍ କୁମାର ସ୍ୱାଇଁ ପ୍ରମୁଖ ଭୋଟରଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିବା ଜଣାପଡିଛି । ଏବିଭିପି ସମର୍ଥିତ ବିଜୟୀ ପ୍ରାର୍ଥୀମାନଙ୍କୁ ଆସିକା ବିଧାୟକ ସରୋଜ କୁମାର ପାଢୀଙ୍କ ସମେତ ବରିଷ୍ଠ ବିିଜେପି ନେତା ନିରଞ୍ଜନ ମହାନ୍ତି ଓ ଶିବ କୁମାର ନାୟକ ଏବଂ ବିଜୟ କୁମାର ସ୍ୱାଇଁ, ଏବିଭିପି କାର୍ଯ୍ୟକର୍ତ୍ତା ଅନିଲ୍‍ କୁମାର ସ୍ୱାଇଁଙ୍କ ଦଳୀୟ ନେତାମାନେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ