ଶାନ୍ତି କମିଟିର ସଦସ୍ୟ ସେକ ତାରବାବୁଙ୍କ ହୃଦଘାତରେ ଦେହାନ୍ତ

ଧାମନଗର (ଓ୍ବାଇଏନଏସ): ଧାମନଗର ଶାନ୍ତି କମିଟିର ସଦସ୍ୟ,କୋରେସି ମହଲା ଗ୍ରାମର ସଦାର ସମସ୍ତଙ୍କ ଜଣାଶୁଣା ସମାଜସେବୀ,ମିଷ୍ଠାଭାସି ଓ ପରୋପକାରୀ ସେକ ତାରବାବୁ ୬୭ଙ୍କ ହୃଦଘାତରେ ଗତ ୧୯/୧୦/୨୬ ତାରିଖ ସୋମବାର ଦିନ ପ୍ରାୟ ୨ ଘଟିକା ସମୟରେ (ଇନ୍ ତେକାଲ) ଦେହାନ୍ତ ହୋଇଛି। ଏହି ଦୁଖଦ ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନା ଅନୁଯାୟୀ ସେ ରବିବାର ଦିନ ୨୩୦ ମିନିଟ ସମୟରେ ହଟାତ ହୃଦଘାତ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ସ୍ତ୍ରୀ,ବଡ଼ ପୁଅ ମଝିଆ ଓ ସାନ ଉପସ୍ଥିତ ଥିବା ବେଳେ ପୁତ୍ରବଧୂ,ଝିଅ,ଜ୍ୱାଇଁ,ନାତି ନାତୁଣୀ,ଭଣଜା, ଭାଣିଜି,ସମୁଦି,ସମୁଦୁଣି,ବନ୍ଧୁ ବାନ୍ଧଵ ଜ୍ଞାନ୍ତି କୁଟୁମ୍ବ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ମୃତ୍ୟୁ ଖବର ପାଇ ଏନ ଏ ସି ଉପାଧ୍ୟକ୍ଷ ଓସିମ ଏଜଦାନି କାଦିରୀ,ବରିଷ୍ଠ ନାଗରିକ ପରିଷଦର ସଭାପତି ଅନିଲ କୁମାର ବାରିକ,ଉପସଭାପତି ସେକ ଅବଦୁଲ ହାକିମ,ସମାଜସେବୀ ଗୋଲାମ ଜିଲାନି ହବିବି,ସେକ ମନୋଓର ଅହେମ୍ମଦ,ସେକ ଜାଫର ଅଲ୍ଲୀ, ଏମଡି ତାଜୁଦ୍ଦିନ,ସେକ ମେହେବୁବ୍,ସେକ ମକଦୁମ,ଶିକ୍ଷକ ନୱାଅଲ୍ଲୀ,ହବିବୁର କରିମ,ସେକ ଅଫସର,ସେକ ନିଆମାତୁଲ୍ଲା,ହୁସନାରା ହାକିମ୍ ଏଜୁକେସନାଲ ଆଣ୍ଡ୍ ଚାରିଟେବୁଲ ଟ୍ରଷ୍ଟ ମୁଖ୍ୟ ଡଃ.ମହମ୍ମଦ ଅବଦୁଲ ମକିମ୍ ଏବଂ ବିଜେଡି ନେତା ବିଜୟ କେତନ ସାହୁ,ସୁଶାନ୍ତ କୁମାର ରାଉତ,କୁମାରେଶ ଖିଲାର,ରମେଶ ଚନ୍ଦ୍ର ଯେନା,ମୀର ମୁର୍ତ୍ତୃଜା,ଏମଡି ଇଜହାର,ସେକ ସଲାଉଦ୍ଦିନ, ସେକ ସବବିର ପ୍ରମୁଖ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରି ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ମଙ୍ଗଳବାର ମୁସଲମାନ ସମ୍ପ୍ରଦାୟର ରୀତିନୀତି ଅନୁସାରେ ନମାଜ ପାଠ(ଜନାଜା) ଖାନକା ସରିଫ ଠାରେ ପଢିବା ପରେ ଗ୍ରାମର ଏକ କବରସ୍ଥାନ୍ ପରିସରରେ କବର ଦିଆଯାଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ