ମାଳତୀରାରେ ଲାଖ ବିନ୍ଧା ଉତ୍ସବ ପାଳିତ
ବନ୍ତ,(ଚାନ୍ଦିନୀ ମହାନ୍ତି): ବୁଧବାର ଭଦ୍ରକ ଜିଲା ବନ୍ତ ବ୍ଲକ ପଧାନପଡା ପଞ୍ଚାୟତ ମାଳତୀରା ଠାରେ ଲାଖ ବିନ୍ଧା ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଲାଖ ବିନ୍ଧା କମିଟିର ସଭାପତି ଅଜୟ କୁମାର ବେହେରା, ସମ୍ପାଦକ ସୁରେନ୍ଦ୍ର କୁମାର ଘଡ଼େଇଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ବନ୍ତ ଥାନାଧିକାରୀ ସୁପ୍ରକାଶ ମହାନ୍ତି, ସମ୍ମାନିତ ଅତିଥି ସରପଞ୍ଚ ଗଜେନ୍ଦ୍ର କୁମାର ସେଠୀ ଯୋଗ ଦେଇଥିଲେ। ପ୍ରାରମ୍ଭରେ ହରିହାଟ ଠାରେ ଯଥାରୀତି ପୂଜାର୍ଚ୍ଚନା ପରେ ଏକ କଦଳି ଗଛ ଓ ଲାଖକୁ ମାଳତିରାସ୍ଥିତ ମା ଦୁର୍ଗା ମଣ୍ଡପରେ ମା’ଙ୍କ ନିକଟରେ ପୂଜାର୍ଚ୍ଚନା କରିବା ସହ ଏକ ଶୋଭା ଯାତ୍ରାରେ ଅଣା ଯାଇ ଲାଖ ବିନ୍ଧା ପଡ଼ିଆର ଶେଷ ସୀମାରେ ପୋତା ଯାଇଥିଲା।ପରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ୨୨ ପ୍ରତିଯୋଗୀ ଲାଖ ବିନ୍ଧା ପ୍ରତିଯୋଗିତାରେ ଭାଗ ନେଇଥିଲେ । ପ୍ରତିଯୋଗିତାରେ ପଶ୍ଚିମ ବଙ୍ଗର ସିଆରପିଏଫ୍ ଯବାନ ଗୌତମ ଧନ୍ ମାକର ଲାଖ ବିନ୍ଧିଥିଲେ । ମୁଖ୍ୟ ଅତିଥି ଥାନାଧିକାରୀ ଶ୍ରୀ ମହାନ୍ତି ବିଜୟୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ବିଚିତ୍ରା ନନ୍ଦ ନାୟକ, ଅଶୋକ ଘଡ଼େଇ, ବିରଞ୍ଚି ନାରାୟଣ ସାହୁ, ଅଭିରାମ ସାହୁ, ସେକ ସବୀର୍, ସୁଶାନ୍ତ ମୁଦୁଲି, ରବିନ୍ଦ୍ର ସାମଲ, ବିନୋଦ ବାରିକ, ଅନୁ ସାମଲ, ଗଣେଶ ସାହୁ, ସୁନୀଲ ସାହୁ,ପଞ୍ଚାନନ ବେହେରା, ହୃଷିକେଶ ବାହାଲିଆ, କାର୍ତ୍ତିକ ବାରିକ ସହଯୋଗ କରିଥିଲେ।ଏଥିରେ ବିଭିନ୍ନ ଅଞ୍ଚଳରୁ ଶତାଧିକ ଲୋକ ଯୋଗ ଦେଇ ନିଆରା ପର୍ବକୁ ଉପଭୋଗ କହିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୁଲିସ ବାହିନୀ ଉପସ୍ଥିତ ଥିଲେ।


