ଶିବାନନ୍ଦ ଆଶ୍ରମରେ ନବଦୁର୍ଗା କୁମାରୀ ପୂଜନ

କେନ୍ଦ୍ରାପଡା, (ଚିତ୍ତ ରଞ୍ଜନ ଦାଶ):ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମରେ ନବଦୁର୍ଗା କୁମାରୀ ପୂଜନ ଅନୁଷ୍ଠିତ ହୋଇଯାଇଛି। ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟ ସ୍ୱରୂପା ନନ୍ଦ ସରସ୍ୱତୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଶାରଦୀୟ ନବରାତ୍ର ପାଳନ ଓ ସପ୍ତସତୀ ପାରାୟଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସାରା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ନିମନ୍ତେ ନବଦିନ ବ୍ୟାପୀ ଚଣ୍ଡି ପଠନ, ହବନ, ଜପ ଓ ପାରାୟଣ ପ୍ରଭୃତି କରାଯାଇଥିଲା। ଏଥିସହିତ ବିଶ୍ୱବାସୀଙ୍କ ଉଦ୍ଦେଶ୍ୟରେ ଶ୍ରୀମା ଏକାଗ୍ର ଚିତ୍ତରେ ଉପବାସ ବ୍ରତ ପାଳନ କରିବା ସହ ସମଗ୍ର ବିଶ୍ୱ ପାଇଁ ଶାନ୍ତି, ମୈତ୍ରୀ ଏବଂ ସୁଶାସନ ନିମନ୍ତେ ନିଜର ଜୀବନକୁ ସମାଜର ମଙ୍ଗଳ ପାଇଁ ଉତ୍ସର୍ଗ କରିଛନ୍ତି। ବିଶ୍ୱଶାନ୍ତି ଏବଂ ପୂର୍ଣ୍ଣଭୂମି ଭାରତ ବର୍ଷର ଅଖଣ୍ଡତା ପାଇଁ ଶ୍ରୀମାଙ୍କର ଏହି ବ୍ରତ। ସମାଜରେ ନିଶା ନିବାରଣ, ଅସତ୍ୟ ଓ ଅଧର୍ମର ବିନାଶ ସହ ଶାନ୍ତି ଓ ସମୃଦ୍ଧିର ଭାରତ ବର୍ଷ ନିମନ୍ତେ ଶ୍ରୀମାଙ୍କ ଏଭଳି ପ୍ରୟାସ ଜାରି ରହିଛି। ଏହାବ୍ୟତିତ ନବକନ୍ୟା ପୂଜନ ବା କୁମାରୀ ପୂଜନ ମଧ୍ୟ ମହାସମାରୋହରେ ଅନୁଷ୍ଠିିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ଲକ୍ଷ୍ମୀପ୍ରିୟା ଆୟର, ରୀତାଞ୍ଜଳି ନାଥ, ଦୈା୍ରପଦୀ ରାଉତ, ଗାୟତ୍ରୀ ସ୍ୱାଇଁ, ଶକୁନ୍ତଳା ଖଟୁଆ, ପୂର୍ଣ୍ଣମା ମହାନ୍ତି, ଗୀତା ସ୍ୱାଇଁ, ରୀତା ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ବିଶ୍ୱ କଲ୍ୟାଣ ପାଇଁ ଏବଂ ସଂସାରର ଦୁଃଖ ଦୁର୍ଦ୍ଦଶା ଦୂର ପାଇଁ ଶ୍ରୀମା’ କୁମାରୀ କନ୍ୟାମାନଙ୍କୁ ବିଧି ପୂର୍ବକ ପୂଜାର୍ଚ୍ଚନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ବ୍ରହ୍ମଚାରୀ ନୃସିଂହ ନାଥ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ