ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ
କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଇସ୍ତଫା,ଅବୈଧ ଏସ୍ଆଇଆର ବାତିଲ କର,କଟିଥିବା ସମସ୍ତ ଭୋଟରଙ୍କ ନାମ ତୁରନ୍ତ ଯୋଡ଼,ପୂର୍ବଭଳି ନିୟମିତ ବ୍ୟବଧାନରେ ଭୋଟର ତାଲିକା ସଂଶୋଧନ କର,ନିର୍ବାଚନ ଆୟୁକ୍ତଙ୍କ ନିଯୁକ୍ତି ସମ୍ପର୍କିତ ଆଇନ ବାତିଲ କର, ନିର୍ବାଚନ ଆୟୋଗର ସ୍ୱାଧୀନତା ଓ ସ୍ୱାୟତ୍ତତା ସୁନିଶ୍ଚିତ କର ,ବ୍ୟାପକ ନିର୍ବାଚନ ସଂସ୍କାର ଆଣ,ଆନୁପାତିକ ପ୍ରତିନିଧିତ୍ୱ ବ୍ୟବସ୍ଥା ପ୍ରଚଳନ କର,ନିର୍ବାଚନରେ ଅର୍ଥବଳ ଓ ବାହୁବଳର ପ୍ରଭାବ ବନ୍ଦ କର, ନିର୍ବାଚନ ପାଇଁ ସରକାରୀ ପାଣ୍ଠିରୁ ଆର୍ôଥକ ସହାୟତା ପ୍ରଦାନ ବ୍ୟବସ୍ଥାକୁ ପ୍ରାଥମିକତା ଦିଅ,ଗଣତନ୍ତ୍ର ବଞ୍ଚାଅ- ଭୋଟ ଅଧିକାର ବଞ୍ଚାଅ ,ଗଣତାନ୍ତ୍ରିକ ଅଧିକାରର ସୁରକ୍ଷା କର ପ୍ରଭୃତି ଦାବିରେ ଆଜି ଦେଶବ୍ୟାପୀ ଆହୁତ ପ୍ରତିବାଦ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପିପୁଲ ଏଗେନେଷ୍ଟ ଏସଆଇଆର (ଏସଆଇଆର ବିରୁଦ୍ଧରେ ଜନଗଣ),କେନ୍ଦ୍ରାପଡା ଜିଲ୍ଲା ପକ୍ଷରୁ ବିକ୍ଷୋଭ ଅନୁଷ୍ଠିତ ହେଇଯାଇଛି। ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ନିକଟରୁ ଏକ ବିରାଟ ପଟୁଆର ତ୍ରିରଙ୍ଗା ଧରି ସଭା ସ୍ଥଳରେ ପହଁଚିଲା ପରେ ବୁଦ୍ଧିଜୀବୀ ଅଧ୍ୟାପକ ଅଜୟ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମନ୍ୱୟ(ପ୍ଲାଟଫର୍ମ) ସମିତିର ଆବାହକ ସାମାଜିକ କର୍ମୀ ଆଦିକନ୍ଦ ରାଉଳ ସମ୍ୟକ ସୂଚନା ଦେଇଥିଲେ। ପରେ ବକ୍ତବ୍ୟ ରଖିଥିଲେ ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ, ସିପିଆଇ(ଏମ)ଜିଲ୍ଲା ସମ୍ପାଦକ ଗୟାଧର ଧଳ, କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ଦାସ, ଶ୍ରମିକ ନେତା ଜଗତଜୀବନ ଦାଶ,ଫକୀର ଖଟୁଆ, ସିପିଆଇ ନେତା ବାବାଜୀ ଧଳ, ସିପିଆଇ(ଏମଏଲ) ନେତା ପ୍ରକାଶ ଚନ୍ଦ୍ର ମଲିକ, ନବନିର୍ମାଣ କୃଷକ ସଙ୍ଗଠନ ଜିଲ୍ଲା ସଂଯୋଜକ ଦାସରଥୀ ସାହୁ, ସାମାଜିକ କର୍ମୀ ରଣାଧୀର ଜେନା, ପ୍ରଦୀପ କୁମାର ମହାନ୍ତି, କର୍ମଚାରୀ ନେତା ନରୋତ୍ତମ ପାର୍ଥସାରଥୀ,ବୈଷ୍ଣବ ସ୍ୱାଇଁ, ଗାନ୍ଧିବାଦୀ ଅଭିମନ୍ୟୁ ରାଉତ,ନାରିନେତ୍ରୀ ସୁହାନା ବେଗମ, ଛାତ୍ରନେତା ଆହ୍ୱାନ ରାଉତରାୟ,ତନ୍ମୟ ରାଉତ,ରତ୍ନଞ୍ଜୟ ମଲ୍ଲିକ, ସୋମନାଥ ବିଶ୍ୱାଳ, ମାନଭଞ୍ଜନ ପଣ୍ଡା, ଅଶୋକ ନାଥ, ଅଶୋକ ଦାସ, ବସନ୍ତ ମଲ୍ଲିକ, ଅମୀୟ ନାୟକ, କଂଗ୍ରେସ ଜିଲ୍ଲା ସମ୍ପାଦକ ସନ୍ତୋଷ ବେହେରା, ଭାଗିରଥି ଜେନା, ଅଶ୍ୱିନୀ ପାତ୍ର,ମୁକ୍ତାର ଖାଁ, ହରିଶ ପଟ୍ଟନାୟକ ପ୍ରମୁଖ। କୃଷକ ନେତା ହୃଷିକେଶ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।


