ଡିଏଭି ପବ୍ଲିକ ସ୍କୁଲରେ ରକ୍ତଦାନ ଶିବିର

କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):ଡିଏଭି ପବ୍ଲିକ୍ ସ୍କୁଲ, କେନ୍ଦ୍ରାପଡ଼ା ପକ୍ଷରୁ ଶନିବାର ବିଦ୍ୟାଳୟ ପରିସରରେ ଏକ ମହତ୍ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ସନ୍ତୋଷ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟତମ ଅତିଥି ଭାବେ କେନ୍ଦ୍ରାପଡ଼ାର ରିଜର୍ଭ ଇନ୍ସପେକ୍ଟର ପ୍ରଶାନ୍ତ କୁମାର ରଣସିଂହ, କେନ୍ଦ୍ରାପଡ଼ା ସଦର ଥାନାର ଭାରପ୍ରାପ୍ତ ଅଧିକାରୀ ପଦ୍ମାଳୟା ପ୍ରଧାନ, କେନ୍ଦ୍ରାପଡ଼ା ଟାଉନ ଥାନାର ଭାରପ୍ରାପ୍ତ ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ଏବଂ ଡା. ମାନସ ରଞ୍ଜନ ଜେନା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ଗରିମା ବୃଦ୍ଧି କରିଥିଲେ। ଏହି ମହତ୍ କାର୍ଯ୍ୟରେ ବହୁ ଅଭିଭାବକ, ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ସ୍ୱେଚ୍ଛାକୃତ ରକ୍ତଦାତା ଉତ୍ସାହର ସହିତ ଯୋଗଦେଇ ରକ୍ତଦାନ କରିଥିଲେ। ଏହି ଶିବିରରେ ୯୫ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ରକ୍ତର ଅଭାବରୁ ଯେପରି କୌଣସି ମୂଲ୍ୟବାନ ଜୀବନ ହାନି ନହୁଏ ସେହି ମହତ୍ ଉଦ୍ଦେଶ୍ୟ ନେଇ ଏହି ଶିବିର ଆୟୋଜନ କରାଯାଇଥିଲା। ଅତିଥିମାନେ ରକ୍ତଦାତାଙ୍କ ମହାନ ମନୋଭାବକୁ ପ୍ରଶଂସା କରିବା ସହ ରକ୍ତଦାନ ଭଳି ମାନବିକ କାର୍ଯ୍ୟରେ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କୁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ରଞ୍ଜନ କୁମାର ବିଶ୍ୱାଳ ସମସ୍ତ ଅତିଥି, ରକ୍ତଦାତା, ଅଭିଭାବକ ଓ ସହଯୋଗୀମାନଙ୍କୁ ଧନ୍ୟବାଦ ଜଣାଇ ଏହି ମହତ୍ କାର୍ଯ୍ୟକୁ ସଫଳ କରିଥିବାରୁ କୃତଜ୍ଞତା ପ୍ରକାଶ କରିଥିଲେ। ଜଣେ ରକ୍ତଦାତା ଅନେକଙ୍କ ପାଇଁ ଜୀବନର ଆଶା। ଆସନ୍ତୁ ରକ୍ତଦାନ କରି ଜୀବନ ବଞ୍ଚାଇବା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ