ସରିଲା ଛେନାପଦିଛକ ଗଜଲକ୍ଷ୍ମୀ ପୂଜା, ସମସ୍ତ ମଣ୍ଡପରେ ପୂର୍ଣ୍ଣାହୁତି ପ୍ରଦାନ

ହାଟଡିହି, (ଓ୍ବାଇଏନଏସ): ହାଟଡିହି ବ୍ଲକର ଛେନାପଦିଛକରେ ଆଠ ଦିନ ଧରି ଚାଲିଥିବା ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାର ରବିବାର ପୂର୍ଣ୍ଣାହୁତି ପ୍ରଦାନ କରାଯାଇଛି। ହାଟଡିହିଠାରୁ ଛେନାପଦିଛକ ପର୍ଯ୍ୟନ୍ତ ଆକର୍ଷଣୀୟ ତୋରଣ ଓ ରଙ୍ଗବେରଙ୍ଗ ଆଲୋକମାଳାରେ ସମଗ୍ର ଅଞ୍ଚଳ ଝଲସି ଉଠିଥିଲା। ବିଭିନ୍ନ ସ୍ଥାନରେ ୧୦ଟି ପୂଜାମଣ୍ଡପରେ ମା’ ଗଜଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ହୋଇଥିବା ବେଳେ ପ୍ରତି ସନ୍ଧ୍ୟାରେ ହଜାର ହଜାର ଶ୍ରଦ୍ଧାଳୁ ଓ ଦର୍ଶକଙ୍କ ସମାଗମ ହେଉଥିଲା। ରବିବାର ଅପରାହ୍ନରୁ ତାରିଣୀ ବଜାର, ବଉଳା ରୋଡ୍‌, ତୁଳସୀ କମ୍ପ୍ଲେକ୍ସ, ଲକ୍ଷ୍ମୀବଜାର, ପେଟ୍ରୋଲ ପମ୍ପ, କଲେଜ ଛକ ଓ ଲକ୍ଷ୍ମୀନାରାୟଣ ପୂଜା ବଜାର ସମେତ ସମସ୍ତ ମଣ୍ଡପରେ ବିଧିବିଧାନ ଅନୁଯାୟୀ ପୂର୍ଣ୍ଣାହୁତି ପ୍ରଦାନ କରାଯାଇଥିଲା। ବ୍ରାହ୍ମଣମାନଙ୍କ ବେଦମନ୍ତ୍ର ଧ୍ୱନିରେ ସମଗ୍ର ବଜାର ଆଧ୍ୟାତ୍ମିକ ପରିବେଶରେ ମୁଖରିତ ହୋଇଉଠିଥିଲା। ରାତିରେ ମା’ଙ୍କ ମୂର୍ତ୍ତି ବିସର୍ଜନ ପାଇଁ କାର୍ଯ୍ୟକ୍ରମ ରହିଛି । ୨୩ ବର୍ଷ ଧରି ଚାଲିଆସୁଥିବା ତାରିଣୀ ବଜାର ଲକ୍ଷ୍ମୀପୂଜା ମଣ୍ଡପରେ ପଣ୍ଡିତ ବାବୁଲା ଆଚାର୍ଯ୍ୟ ପୂର୍ଣ୍ଣାହୁତି ପ୍ରଦାନ କରିଥିଲେ। ତାପସ ରାୟ, ପ୍ରତିମା ରାୟ, ସୁଧାଂଶୁ ବିଶ୍ୱାଳ, ମଧୁମିତା ସ୍ୱାଇଁ, ଯୁବରାଜ ସାମଲ, ଦେବିକା ଖୁଣ୍ଟିଆ, ସନ୍ଦୀପ ସାମଲ, ଜସ୍ମିନ ପ୍ରିୟଦର୍ଶନୀ କୁଅଁର, ରାମେଶ୍ୱର ରାଉତ ଓ ତିରୋସ୍କୋଭା ରାଉତ ପ୍ରମୁଖ ପୂଜାକାର୍ଯ୍ୟରେ ସାମିଲ ହୋଇଥିଲେ। ସେହିପରି ଦୁର୍ଯ୍ୟୋଧନ ସାହୁ, ମମତା ସାହୁ, ଶଶୀ ସାମଲ, ସୁଧାକର ଓଝା, କିଶୋର ଆଚାର୍ଯ୍ୟ, ପ୍ରଶାନ୍ତ ରାଉତ, ଭାଗ୍ୟଧର ସାମଲ, ବିନୟ ନାୟକ, ଅଙ୍କିତ ରାଖି, ଅକ୍ଷୟ ଓଝା, ସୁଶାନ୍ତ ଜେନା, ସୁବାସ ଓଝା, ମଙ୍ଗୁଳି ବିଶ୍ୱାଳ, ରଞ୍ଜନ ସା, ସୌମ୍ୟରଞ୍ଜନ ଆଚାର୍ଯ୍ୟ, ଚୈତନ୍ୟ ପୁହାଣ, ହେମନ୍ତ ନାଥ, ନାରାୟଣ ଚନ୍ଦ୍ର ଘଡ଼େଇ ଓ ସତ୍ୟବ୍ରତ ସାହୁ ପ୍ରମୁଖ ପୂଜା ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ