ତାଣ୍ଡବ ରଚିଲା ବାତ୍ୟା ଅର୍ଣବ : ଆସୁଛି ବାତ୍ୟା ’ମୁରାସୁ’
ବୁଗୁଡ଼ା(ଓ୍ବାଇଏନଏସ): ପୁଣି ଆସୁଛି ଏକ ବାତ୍ୟା “ମୁରାସୁ”। ନଭେମ୍ବର ୦୩ ତାରିଖରେ ଆନ୍ଧ୍ରରେ ଛୁଇଁପାରେ ସ୍ଥଳ ଭାଗ। ବାତ୍ୟା ଅର୍ଣ୍ଣବ ର ତାଣ୍ଡବ ପରର ବନ୍ୟାରେ ଗଞ୍ଜାମ ଜିଲ୍ଲାରେ ବ୍ୟାପକ ଭାବେ କ୍ଷୟକ୍ଷତି ଘଟିଥିବା ଓ ଲୋକେ ମୃତ୍ୟୁ ବରଣ କରିଥିବା ବେଳେ ପୁଣି ଅନ୍ୟ ଏକ ବାତ୍ୟା “ମୁରାସୁ” ଆସୁଥିବା ଶୁଣି ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଲେଣି। ବୁଗୁଡ଼ା ବ୍ଲକରେ ବାତ୍ୟା “ମୁରାସୁ” ର ସଫଳ ମୁକାବିଲା ପାଇଁ ଏକ ପ୍ରସ୍ତୁତି ବୈଠକ ୦୧/୧୧/୨୬ ତାରିଖ ଦିନ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗରର ଅତିରିକ୍ତ ଉପ-ଜିଲ୍ଲାପାଳ ତଥା OAS(SB) ଅଧିକାରୀ ପ୍ରଧାନ ଟୁଲି ଆମା ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ବୁଗୁଡ଼ା ବ୍ଲକରେ ଆସନ୍ତା ବାତ୍ୟା ‘ମୁରାସୁ’ (MURASU)ର ସଫଳ ମୁକାବିଲା ପାଇଁ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଏହି ବୈଠକରେ ବୁଗୁଡ଼ା ବ୍ଲକର ବିଡିଓ ଦୁତିକୃଷ୍ଣ ପାତ୍ର, ତହସିଲଦାର ତାପସ ରାଉତ, ପୋଲିସ ଆଇଆଇସି ସୀତାଂଶୁ ଶେଖର ମାନ୍ଧାତା, ଏବିଡିଓ ଧର୍ମରାଜ ପରିଡ଼ା ଏବଂ ବ୍ଲକ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।


