ନାଉଗାଁ ଫେଷ୍ଟିଭାଲ ଉଦ୍ଯାପିତ
ନାଉଗାଁ : ନାଉଗାଁ ବ୍ଲକ ଅନ୍ତର୍ଗତ ମଣିକର୍ଣ୍ଣିକା ଘାଟସ୍ଥିତ ଚଗଲି ଦାସ ମଠ ପରିସରରେ ନାଉଗାଁ ସ୍ୱାଭିମାନ ପରିଷଦ ପକ୍ଷରୁ ତିନି ଦିନ ବ୍ୟାପୀ ଆୟୋଜିତ ନାଉଗାଁ ଫେଷ୍ଟିଭାଲର ଉଦ୍ଯାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ଚୌଧୁରୀ ସତ୍ୟ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନି ଉତ୍ସବରେ ଉଦ୍ଘାଟକ ଭାବେ ପ୍ରଫେସର ଡଃ.ପ୍ରଭାକର ସ୍ୱାଇଁ, ମୁଖ୍ୟ ଅତିଥି ଭାବେ ବାବା ସତ୍ୟାନନ୍ଦ ଦାସ, ମୁଖ୍ୟବକ୍ତା କୃଷ୍ଣଚନ୍ଦ୍ର ଆଇଚି,ମହାବିଦ୍ୟାଳୟ ଅଧ୍ୟକ୍ଷ ଚାଇନା ପ୍ରଧାନ, ବାବା ଗୋବିନ୍ଦ ଚନ୍ଦ୍ର ଚକ୍ରବର୍ତୀ ପ୍ରମୁଖ ଯୋଗ ଦେଇ ବର୍ତମାନ ସମାଜରେ ସମସ୍ତେ ସହରାଭିମୁଖୀ ହେଉଛନ୍ତି । ଗାଁର ସଂସ୍କୃତି,ଗାଁର ଚାଲିଚଳଣି ଧିରେ ଧିରେ ଲୋପ ପାଇବାକୁ ବସିଲାଣି । ତେଣୁ ଗାଁର ଐତିହ୍ୟ,ସଂସ୍କୃତି ଓ ପରମ୍ପରାକୁ ଉଦ୍ଜୀବିତ କରିବା ପାଇଁ ନାଉଗାଁ ଫେଷ୍ଟିଭାଲର ମୂଳଲକ୍ଷ୍ୟ ବୋଲି ମତବ୍ୟକ୍ତ କରିଥିଲେ । ସେହିପରି ଦ୍ୱିତୀୟ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ, ସମ୍ମାନିତ ଅତିଥି ଭାବେ ଚଳଚିତ୍ର ଅଭିନେତା ବିରେନ୍ କୁମାର ମିଶ୍ର, ନାଉଗାଁ ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ, ଆଇନିଜୀବି ତଥା ସମାଜସେବୀ ଅଳକାନନ୍ଦ ପାଣିଗ୍ରହୀ ପ୍ରମୁଖ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ନାଉଗାଁ ବ୍ଲକର ପ୍ରଥମ ବିଧାୟକ ଭାବେ ପୁର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ ହୋଇଥିବାରୁ ତାଙ୍କୁ ପରିଷଦ ପକ୍ଷରୁ “ନାଉଗାଁ ସ୍ୱାଭିମାନ ସମ୍ମାନ”ରେ ସମ୍ମାନିତ କରାଯାଇଥିଲ।। ଉକ୍ତ କାର୍ଯ୍ୟକ୍ରମରେ ଭରତ ନାଟ୍ୟମ, ଲୋକନୃତ୍ୟ, ଓଡିଶୀ ଓ ସମ୍ବଲପୁରୀ,ମୋଗଲ ତାମସା, ତିହୁଡାସ୍ଥିତ ଉତ୍କଳ ଭାରତୀ କଳାବିକାଶ କେନ୍ଦ୍ର,ବାସୁଦେବ ନୃତ୍ୟକଳା ଏକାଡେମୀ,ଗଜରାଜପୁର କ୍ରୀଡା ଓ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ପରିବେଷଣ କରାଯାଇଥିଲା । ସଙ୍ଗୀତ ପ୍ରତିଯୋଗିତା ଓ ବକ୍ତୃତା ପ୍ରତିଯୋଗିତା କରାଯାଇ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପରିଷଦର ଉପସଭାପତି ଧନଞ୍ଜୟ ପରିଜା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଉପସଭାପତି ତପନ ବେହୁରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପରିଷଦର ସମ୍ପାଦକ ମନୋରଞ୍ଜନ ଦାସ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଂଗଠନର ସଂପାଦକ ଅଭିମନ୍ୟୁ ସାହୁ, ମନୋଜ ନାୟକ, ବିବେକାନନ୍ଦ ପରିଜା, ଦେବଜ୍ୟୋତି ମହାନ୍ତି, ସାଂସ୍କୃତିକ ସଂପାଦକ ସୁକାନ୍ତ ଲେଙ୍କା, ତ୍ରିନାଥ ପରିଜା, ଅକ୍ଷୟ କୁମାର ରାଉତ, ପ୍ରସନ୍ନଜିତ ସାହୁ, ସବେଶ୍ୱର୍ର ମହାରଣା ପ୍ରମୁଖ ପରିଚାଳନା କରୁଥିଲେ ।