ଦୀପାବଳି ପୂର୍ବରୁ ଛତ୍ରପୁର ପୁଲିସର ଚଢ଼ାଉ, ଲକ୍ଷାଧିକ ଟଙ୍କାର ବାଣ ଜବତ

 ଛତ୍ରପୁର, (ଓ୍ବାଇଏନଏସ): ଆଉ କିଛି ଦିନ ପରେ ଆଲୋକର ପର୍ବ ଦୀପାବଳି। ଏହାକୁ ଦୃଷ୍ଟିରେ ରଖି ବେଆଇନ ଭାବେ ବାଣ ଗଚ୍ଛିତ ରଖିବା ଓ ବିକ୍ରି ଉପରେ ପୁଲିସ ପକ୍ଷରୁ କଡ଼ା ନଜର ରଖାଯାଇଛି। ଏହି କ୍ରମରେ ଛତ୍ରପୁର ଥାନା ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ଛତ୍ରପୁର କୋର୍ଟ ଷ୍ଟେସନ ସାହିରୁ କେ. ସୁଧାଂଶୁ ପାତ୍ରଙ୍କ ଘରୁ ବିପୁଳ ପରିମାଣର ତଥା ଲକ୍ଷାଧିକ ଟଙ୍କାର ବେଆଇନ  ବାଣ ଜବତ କରାଯାଇଛି। ଏ ସଂକ୍ରାନ୍ତରେ ଛତ୍ରପୁର ଥାନାରେ କେସ୍ ନଂ ୫୪୫ , ତାରିଖ ୦୫ .୧୧.୨୦୨୬ରେ ଭାରତୀୟ ନ୍ୟାୟ ସଂହିତାର ଧାରା ୨୮୮, ବିସ୍ଫୋରକ ଆଇନର ଧାରା ୯(ବି)(୧)(କ) ଏବଂ ଓଡ଼ିଶା ଆତସବାଜି ଓ ନିୟନ୍ତ୍ରଣ ଆଇନର ଧାରା ୫ ଅନୁଯାୟୀ ମାମଲା ରୁଜୁ ହୋଇଛି। ଏନେଇ ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ