ଜାତୀୟ ପ୍ରେସ୍ ଦିବସ ପାଳିତ
ପୋଲସରା (ଓ୍ବାଇଏନଏସ): ପୋଲସରା ପ୍ରେସ୍ କ୍ଳବ୍ ପକ୍ଷରୁ ୧୬/୧୧/୨୬ ତାରିଖ ଦିନ ୬୧ ତମ ଜାତୀୟ ପ୍ରେସ ଦିବସ ପାଳନ ହୋଇଯାଇଛି । ସ୍ଥାନୀୟ ଜଗନ୍ନାଥ ସାହି ସ୍ଥିତ ସିମାଞ୍ଚଳ ସାହୁଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ହରିହର ପାତ୍ର ଅଧ୍ୟକ୍ଷତା କରିଥିଲେ । ବରିଷ୍ଠ ସାମ୍ବାଦିକ ଡ଼ . ଜ୍ୟୋତିର୍ମୟ ପଟ୍ଟନାୟକ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଯୋଗଦେଇ ପରିବର୍ତ୍ତିତ ପରିସ୍ଥିତି ସହିତ ତାଳ ଦେଇ କାର୍ଯ୍ୟ ନକଲେ ସାମ୍ବାଦିକ ମାନେ ପଛରେ ପଡିଯିବେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସନ୍ତୋଷ କୁମାର ପଣ୍ଡା , ଜ୍ୟୋତିର୍ମୟ ଆଚାରୀ, ସୁଶାନ୍ତ ମହାରଣା ଓ ସିମାଞ୍ଚଳ ସାହୁ ଜାତୀୟ ପ୍ରେସ ଦିବସ ସମ୍ପର୍କରେ ଆଲୋଚନା କରିବା ସହିତ ଭୟ ମୁକ୍ତ ପରିବେଶ ଓ ପ୍ରେସ ସ୍ବାଧୀନତା ହିଁ ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ କୁ ମଜବୁତ କରି ପାରିବ ବୋଲି ମତବ୍ୟକ୍ତ କରିଥିଲେ । ଶିବ ପ୍ରସାଦ ସାହୁ , ନାରାୟଣ ସାହୁ , ସୁଧାଂଶୁ ଶେଖର ସାହୁ , ରୋହିତ ପ୍ରଧାନ , ଅକ୍ଷାନ୍ତ କୁମାର ମିଶ୍ର , ହୃଷୀକେଶ ନାୟକ , ଡି. ଜ୍ୟୋତି ରଞ୍ଜନ ଆଚାରୀ, ଟି ଶରତ କୁମାର ସୁବୁଦ୍ଧି ଓ ସୁବ୍ରତ ବେହେରା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।


