ଗୁଣପୁର ବ୍ରାହ୍ମଣ ସମାଜର ଆଧ୍ୟାତ୍ମିକ ପ୍ରବଚନ

ଗୁଣପୁର,:(ୱାଇଏନଏସ) ପବିତ୍ର କାର୍ତ୍ତିକ ମାସ ଅବସରରେ ଗୁଣପୁର ବ୍ରାହ୍ମଣ ସମାଜ ପକ୍ଷରୁ ସ୍ଥାନୀୟ ଭେଙ୍କଟେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏକ ଭବ୍ୟ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା। ପ୍ରବଚନ, ଭଜନ ଓ କୀର୍ତ୍ତନରେ ମନ୍ଦିର ପରିସର ଆଧ୍ୟାତ୍ମିକ ପରିବେଶରେ ମୁଖରିତ ହୋଇଉଠିଥିଲା। ଏହି ଅବସରରେ ପୁରୀ ଗୋବର୍ଦ୍ଧନ ମଠ ଆଦିତ୍ୟ ବାହିନୀର ଅଧ୍ୟକ୍ଷ ପଣ୍ଡିତ ମାତୃପ୍ରସାଦ ମିଶ୍ର ଓ ତାଙ୍କ ସହଯୋଗୀମାନେ ଆଧ୍ୟାତ୍ମିକ ପ୍ରବଚନ ମାଧ୍ୟମରେ ଧର୍ମ, ନୀତି, ଆଦର୍ଶ ଓ ମାନବୀୟ ମୂଲ୍ୟବୋଧ ସମ୍ପର୍କରେ ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ମାର୍ଗଦର୍ଶନ କରିଥିଲେ। କାର୍ତ୍ତିକ ମାସର ଧାର୍ମିକ ମହତ୍ତ୍ୱ ଓ ଆଧ୍ୟାତ୍ମିକ ଜୀବନରେ ଭକ୍ତିର ଭୂମିକା ଉପରେ ଆଲୋକପାତ କରାଯାଇଥିଲା। ପରେ ଭଜନ, କୀର୍ତ୍ତନ ସହ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା। କାର୍ଯ୍ୟକ୍ରମରେ ଉମା ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଗୁଣପୁର ବ୍ରାହ୍ମଣ ସମାଜର ନଗର ସଭାପତି ପ୍ରଶାନ୍ତ ମିଶ୍ର ସ୍ୱାଗତ ଅଭିଭାଷଣ ରଖିଥିଲେ। ଡ. ପ୍ରଶାନ୍ତ ହୋତା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଆଧ୍ୟାତ୍ମିକ ସମାବେଶରେ ପୌର ଉପାଧ୍ୟକ୍ଷ ଶିବ ଗୌଡ଼, ରାମନାଗୁଡ଼ା ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ, ଜିଆଇଇଟି ଉପସଭାପତି ଡ. ଚନ୍ଦ୍ରଧ୍ୱଜ ପଣ୍ଡା, ରାମ ପଣ୍ଡା, ଗଜା ପାଳ, ଅଜିତ ପାଣ୍ଡା, ପ୍ରଦୀପ ପାଢ଼ୀ, ଚାରୁବାଳା ଶତପଥୀ, ଅମ୍ବିକା ମହାପାତ୍ର, ସୂର୍ଯ୍ୟ ରଥ, ସହଦେବ ରଥ, କୃଷ୍ଣ ମିଶ୍ର, କୈଳାସ ମିଶ୍ର, ଗୋପୀ ଦାଶ, ପଞ୍ଚାନନ ପଣ୍ଡା, ତ୍ରିପତି ପାଣ୍ଡା ଓ ତ୍ରିପତି ରଥଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ