ଅସୁରକ୍ଷିତ ଗୃହରେ ଚାଲିଛି ବିଦ୍ୟାଳୟ

ବନ୍ତ,(ଯୁଗାଦ୍ଦ ନ୍ୟୁଜ) : ବନ୍ତ ବ୍ଲକ ଶ୍ରୀବନ୍ତପୁର-ଚାଇଁପୁରସ୍ଥିତ ନିରଂଜନ ମଧ୍ୟ ଇଂରାଜୀ ବିଦ୍ୟାଳୟ ଅସୁରକ୍ଷିତ ଗୃହ ମଧ୍ୟରେ ଚାଲୁଥିବା ଦେଖିବାକୁ ମିଳିଛି । ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ଚାଲିଥିବା ବେଳେ ବାରଣ୍ଡା କାନ୍ଥ ଖସିପଡିବା ଫଳରେ ପାଚିକା ଓ ସହାୟିକା ମାନେ ସାମାନ୍ୟ ଆହତ ହୋଇଥିଲେ । ଏହାକୁ ନେଇ କର୍ମଚାରୀ ମାନେ ଭୟଭୀତ ହୋଇପଡିଛନ୍ତି । ବିଦ୍ୟାଳୟ ଗୃହର ଏଭଳି ପରିସ୍ଥିତି ନେଇ ଗ୍ରାମର ବଳରାମ ଜେନା, ସନ୍ତୋଷ ଘଡେଇ, ରମେଶ ଜେନା, ବଙ୍କିମ ଜେନା ପ୍ରମୁଖ ପ୍ରଧାନ ଶିକ୍ଷକ ପ୍ରଭାକର ସ୍ୱାଇଁଙ୍କୁ ଭେଟିଥିଲେ । ଅସୁରକ୍ଷିତ ଗୃହକୁ କାହିଁକି ଅଦ୍ୟାବଧି ଭଙ୍ଗା ଯାଉନାହିଁ ବୋଲି ପଚାରିଥିଲେ । ଉକ୍ତ ଅସୁରକ୍ଷିତ ଗୃହକୁ ଭାଙ୍ଗିବା ପାଇଁ ଉଚ୍ଚ ଅଧିକାରୀଙ୍କୁ ବହୁବାର ଚିଠି କରାଯାଇଛି ବୋଲି ପ୍ରଧାନ ଶିକ୍ଷକ କହିଥିଲେ । ଏହି ବିଦ୍ୟାଳୟରେ ଅଙ୍ଗନୱାଡି ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ଛୋଟ ଛୋଟ ପିଲା ମାନେ ବହୁ ସମୟରେ ଅସୁରକ୍ଷିତ ଗୃହ ବାରଣ୍ଡାକୁ ଚାଲି ଯାଉଛନ୍ତି । ଯଦି କୌଣସି ପରିସ୍ଥିତିରେ ପିଲାଙ୍କର ଜୀବନହାନି ହୁଏ ସେଥିପାଇଁ କିଏ ଦାୟୀ ରହିବ ବୋଲି ଅଭିଭାବକ ମାନେ ପ୍ରଶ୍ନ କରିଛନ୍ତି । ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟ ଦେଇ ବିହିତ ପଦକ୍ଷେପ ନେବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ