ଯବାନଙ୍କୁ ହତ୍ୟାକଲେ ଆତଙ୍କବାଦୀ

ଶ୍ରୀନଗର(ଏଜେନ୍ସି): ଛୁଟିରେ ଘରକୁ ଯାଇଥିବା ମହମ୍ମଦ ରଫିକ୍ ୟାଟୁ ନାମକ ଜଣେ ଭାରତୀୟ ଯବାନ୍ଙ୍କୁ ଆଜି ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି । ଯବାନଙ୍କ ଘର ଭିତରେ ପଶି ଆତଙ୍କବାଦୀମାନେ ଯବାନଙ୍କ ଉପରେ ୫ ରାଉଣ୍ଡ ଗୁଳିମାଡ କରିଥିଲେ । ଏଥିରେ ଯବାନଜଣକ ଘଟଣାସ୍ଥଳରେ ହିଁ ଟଳିପଡିଥିଲେ । ଏପ୍ରକାର ଏକ ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ପ୍ରାପ୍ତ ସୂଚନାନୁସାରେ ଯବାନ୍ ମହମ୍ମଦ ରଫିକ୍ ମାର୍ଚ୍ଚ ୮ ତାରିଖରୁ ଛୁଟିରେ ଥିଲେ । ଘରେ ଛୁଟି ମନାଉଥିବା ଅବସ୍ଥାରେ କିଛି ଆତଙ୍କବାଦୀ ଆଜି ହଠାତ୍ ତାଙ୍କ ଘରକୁ ଆସି ତାଙ୍କ ଉପରେ ଗୁଳିଚାଳନା କରିଥିଲେ ଏବଂ ଫେରାର ହୋଇଯାଇଥିଲେ । ଏହି ଘଟଣା ପରେ ପରେ ଭାରତୀୟ ସେନା ପକ୍ଷରୁ ଉକ୍ତ ଆତଙ୍କବାଦୀକୁ ଖୋଜା ପ୍ରକ୍ରିୟା ଆରମ୍ଭ ହୋଇଥିବା କୁହାଯାଇଛି । ଭାରତୀୟ ସେନା, ରାଜ୍ୟ ପୁଲିସ୍ର ସ୍ପେସାଲ୍ ଅପରେସନ ଗ୍ରୁପ୍ ଓ ସିଆରପିଏଫ୍ ପକ୍ଷରୁ ଏକ ମିଳିତ ଅପରେସନ କରାଯାଇ ବ୍ୟାପକ ଅଞ୍ଚଳରେ ଖାନ୍ ତଲାସୀ କରାଯାଉଛି । ଖୁବ୍ଶୀଘ୍ର ଆତଙ୍କବାଦୀ ଧରାପଡିବେ ବୋଲି ରାଜ୍ୟ ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ