କାକଟପୁର ଆସନ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ

ପୁରୀ(ଯୁଗାଦ୍ଧ ନ୍ୟୁଜ): ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ କାକଟପୁର ଓ ନିମାପଡା ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲର ୫ମ ଦିବସରେ ଜଣେ ପ୍ରାର୍ଥୀ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ରିଟର୍ଣ୍ଣି ଅଫିସର ନିହାରିକା ନାୟକଙ୍କ ନିକଟରେ କାକଟପୁର କଂଗ୍ରେସ ଦଳର ପ୍ରାର୍ଥୀ ବିଭୂତି ଭୂଷଣ ଦାସ ଶୋଭାଯାତ୍ରାରେ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଦାଖଲ ପରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କାକଟପୁରରେ ବସ୍ଷ୍ଟାଣ୍ଡ, ସ୍ୱାସ୍ଥ୍ରକେନ୍ଦ୍ରର ସହ ରାସ୍ତାଘାଟର ଉନ୍ନତିକରଣ ପାଇଁ ତାଙ୍କ ଦଳ ଲୋକଙ୍କୁ ପ୍ରତିଶ୍ରୁତି ଦେଇଛି । କାକଟପୁର ମା’ ମଙ୍ଗଳାଙ୍କ ପୀଠରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଦଳ ଲଢେଇ କରୁଛି । କଂଗ୍ରେସ ଦଳ ସର୍ବ ପୁରାତନ ଓ ସର୍ବଭାରତୀୟ ଦଳ । କାକଟପୁରବାସୀଙ୍କ ପୂର୍ଣ୍ଣ ସମର୍ଥନ ପାଇଲେ ମୁଁ ବିଧାନସଭାକୁ ଯାଇ କାକଟପୁରର ଉନ୍ନତି ପାଇଁ ଦାବି ଉପସ୍ଥାପନ କରିପାରିବି । ଏଠାରେ ସ୍ମରଣ ଯୋଗ୍ୟ ଯେ ଶ୍ରୀ ଦାସ ଗତଥର ମୁଖ୍ୟ ପ୍ରତିଦ୍ୱନ୍ଦୀ ଥିଲେ । ବିଜେଡି ଓ ବିଜେପି ଦଳରେ ଅନ୍ତଃଦ୍ୱର୍ନ୍ଦ ଓ ଟିକେଟ ପାଇଁ ଛକାପଞ୍ଛା ଚାଲିଥିବାରୁ ତାହା ଆମ ଦଳକୁ ସୁହାଇବ ବୋଲି ଆଶାପ୍ରକଟ କରିଛନ୍ତିା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ