ବିବେକାନନ୍ଦ ପାଠକ ମଞ୍ଚର ପଞ୍ଚଦଶ ସ୍ୱନକ୍ଷତ୍ର ଉତ୍ସବ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌):ବିବେକାନନ୍ଦ ପାଠକମଞ୍ଚ ନୂଆରମ୍ପାସର ପଞ୍ଚଦଶ ସ୍ୱନକ୍ଷତ୍ର ଉତ୍ସବ ଉପଲକ୍ଷେ ଶ୍ରେଷ୍ଠ ପାଠକ ଚୟନ ଏବଂ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗୀତାର ପୁରସ୍କାର ବିତରଣ କାର୍ଯ୍ୟକ୍ରମ ନୂଆରମ୍ପାସ ଏମ.ଇ ସ୍କୁଲ ପରିଦରରେ ଅନୁଷ୍ଠିତ ହୋଇଯାଇଛି । ବିବେକାନନ୍ଦ ପାଠକମଞ୍ଚ ଗ୍ରାମଞ୍ଚଳରେ ଶୁଶୁମାନଙ୍କର ସର୍ଜନଶୀଳତା ତଥା ପଠନ ସ୍ପୃହାକୁ ପ୍ରୋତ୍ସାହିତ କରିବା ଲକ୍ଷରେ ଦୀର୍ଘ ୧୫ବର୍ଷ ଧରି କାର୍ଯ୍ୟକରି ଆସୁଛି । ଏହି ଅନୁଷ୍ଠାନର ପଞ୍ଚଦଶ ସ୍ୱନକ୍ଷତ୍ର ଦିବସ ପାଳନ ଅବସରରେ ପୁର୍ବରୁ ହୋଇଥିବା ଶ୍ରେଷ୍ଠ ପାଠକ ଚୟନ, ଆଶୁ କବିତା ଲିଖନ, ବକ୍ତୃତା, ଗୀତ, ହାସ୍ୟ-ବ୍ୟଙ୍ଗ ଆଦି ପ୍ରତିଯୋଗୀତାରେ ହାଟଡିହି ବ୍ଲକର ୬୦ଗୋଟି ସ୍କୁଲର ବଛାବଛା ୩୫୦ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଏହି ଉତ୍ସବରେ ଶ୍ରେଷ୍ଠ ପାଠକ ଚୟନ ସାକ୍ଷାତକାର ପରୀକ୍ଷାରେ ବିଚାରକ ଭାବେ ପ୍ରଫେସର ବ୍ରଜମୋହନ ମିଶ୍ର, ଶିଶୁ ସାହିତ୍ୟକ ରାମଚନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇଥିବାବେଳେ ପାରିମାଳ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ବିଭୁଧେନ୍ଦ୍ର ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଗଣପ୍ରଶ୍ନମଞ୍ଚ ଏବଂ ସୃଜନଝର-୨୦୧୯ର ବିଜେତା ମାନଙ୍କୁ ନେଇ ଅଧ୍ୟାପକ ସୁଶିଲ ଶୁଭଦୀପ ନାୟକଙ୍କ ସଂଯୋଜନାରେ ଏକ ବିଶେଷ ଆସର ଅନୁଷ୍ଠିତ ହୋଇଥିଲା । ଏହି ଆସରରେ ‘ସୃଜନଝର’ର ବିଚାରକ ଖ୍ୟାତନାମା ଗାଳ୍ପିକ ଉମାକାନ୍ତ ରାଉତ, ପ୍ରତିଷ୍ଠିତ ଯୁବଗାଳ୍ପିକ ଦେବପ୍ରୀୟ ପ୍ରୀୟଦର୍ଶୀ ଚକ୍ର, ଲୋକପ୍ରୀୟ ଯୁବକବି ଚିତ୍ତରଞ୍ଜନ ନାୟକ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ବାର୍ଷିକ ଶୀତ ବିଶୋଷଙ୍କ “ସର୍ଜନା”କୁ ଅତିôତମାନେ ଉନ୍ମୋଚିତ କରିଥିଲେ । ପରେ ଏକ ବିଶେଷ କାର୍ଯ୍ୟକ୍ରମ ‘ଅବସର ପରେ’ରେ ଅବସରପ୍ରାପ୍ତ ତିନିଜଣ ବରିଷ୍ଠ ଶିକ୍ଷକ ଅକ୍ଷୟ କୁମାର ଜେନା, ପ୍ରଦ୍ୱୁମ୍ନ ଧଳ ଏବଂ ଶିକ୍ଷା ଅଧିକାରୀ ବୈଷ୍ଣବ ଚରଣ ବାରିକଙ୍କୁ ଅଙ୍ଗବସ୍ତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ବିଶିଷ୍ଟ ଶିଶୁ ସାହିତ୍ୟକ ରାମଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁ୍‌ଠିତ ପୁରସ୍କାର ବିତରଣୀ ସଭାରେ ଅଭିମନ୍ୟୁ ସାହୁ, ସଞ୍ଜୟ କୁମାର ବାରିକ, ସାରଦା ପ୍ରସନ୍ନ ଜେନା, ରତ୍ନାକର ରାଉଳ, ପିତାମ୍ବର ପାତ୍ର, ଖଗେଶ୍ୱର ଜେନା, ପିତାମ୍ବର ଆୟଚ, ରବିନ୍ଦ୍ର କୁମାର ରାଉତ, ଭବାନୀ ଶଙ୍କର ନାୟକ ପ୍ରମୁଖ ଯୋଗଦେଇଥିଲେ । ୨୦୧୯ ଶିକ୍ଷାବର୍ଷରେ ଦଶମ ଶ୍ରେଣୀ ହାଇସ୍କୁଲ ପରୀକ୍ଷାରେ ବ୍ଲକର ଟପର ହୋଇଥିବା ଜପିଦାସ ବିଦ୍ୟାମନ୍ଦିରର ବିଶ୍ୱଜିତ ସ୍ୱାଇଁ ଏବଂ ଓଜେଇଇ ଲ୍ୟାଟେଲାଲ ଏଣ୍ଟ୍ରି ଓଡିଶା ଟପର ଭବାନୀଶଙ୍କର ବେହେରାଙ୍କୁ ମାନପତ୍ର, ଅର୍ଥରାଶି ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶୀର୍ଷସ୍ଥାନ ହାସଲ କରିଥିବା ବିଭିନ୍ନ ପ୍ରତିଯୋଗୀ ମାନଙ୍କୁ ମାନପତ୍ର, ଟ୍ରଫି ଓ ଅର୍ଥରାଶି ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରେଷ୍ଠ ପାଠକ ଭାବେ ଜୁନିୟର ବିଭାଗରେ ଦେବାଶିଷ ମିଶ୍ର, ସିନିୟର ବିଭାଗରେ ବିଭୁଦତ୍ତ ପାତ୍ର ପୁରସ୍କୃତ ହୋଇଥିଲେ । ବିବେକାନନ୍ଦ ପାଠକ ମଞ୍ଚର ପ୍ରତିଷ୍ଠାତା ଅଧ୍ୟାପକ ରବିନ୍ଦ୍ର କୁମାର ନାୟକ ମଞ୍ଚ ସଂଯୋଜନା କରିଥିଲେ । କର୍ମକତ୍ତା କେଶବ ଚନ୍ଦ୍ର ବେହେରା, ସନ୍ତୋଷ କୁମାର ପଟ୍ଟନାୟକ,ସୁରେନ୍ଦ୍ର କୁମାର ନାୟକ, ଧ୍ରୁବ ଚରଣ ମହାରଣା, ସୁବାସ ସାହୁ, ଅମର ସେଠୀ, ମନୋଜ କୁମାର ସେନାପତି, ପରିକ୍ଷିତ ମହାନ୍ତି, ମନମୋହନ ନାୟକ, ମିନାକ୍ଷୀ ମୋନାଲିସା ଜେନା, ଶୁଭଶ୍ରୀ ତନିମା, ହରଦା ପ୍ରସନ୍ନ ବାରିକ, ବିଜୟ ଦାସ, ପ୍ରଶାନ୍ତ ସନ୍ଦିବିଗ୍ରହ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ