ଧର୍ମପରାୟଣା ମହିଳାଙ୍କ ହୃଦ୍‌ଘାତରେ ପରଲୋକ

ବନ୍ତ,(ଯୁଗାବ୍ଦ ନ୍ୟୁଜ୍‌) : ବୁଧବାର ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ମହୁଲଗଢିଆ ଗ୍ରାମର ସମାଜସେବୀ ଘଣ୍ଟେଶ୍ୱର ଜେନାଙ୍କ ଧର୍ମପତ୍ନୀ ତଥା ଧର୍ମପରାୟଣା ମହିଳା ରମ୍ଭାମଣି ଜେନା(୫୭)ଙ୍କର ହୃଦ୍‌ଘାତରେ ପରଲୋକ ଘଟିଛି । ଗତ କିଛି ଦିନ ହେବ ସେ ମଧୁମେୟ ରୋଗରେ ପିଡିତ ଥାଇ ଚିକିତ୍ସାଧିନ ଥିଲେ । ଆଜି ଦିନ ପ୍ରାୟ ୧୧ଟା ବେଳେ ତାଙ୍କୁ ଚେକ୍ ଅପ୍ ନିମନ୍ତେ ଭୁବନେଶ୍ୱର ନିଆଯାଉଥିବା ବେଳେ ଭଦ୍ରକ ନଳାଙ୍ଗ ଠାରେ ତାଙ୍କର ହୃଦ୍‌ଘାତ ହୋଇଥିଲା । ଖବର ପାଇ ପ୍ରାକ୍ତନ ବିଧାୟକ ପ୍ରଫୁଲ୍ଲ ଜେନା, ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ଜେନା, ସରପଞ୍ଚ କିଶୋର କିଙ୍କର ପଢିଆରୀ, ଚିନ୍ତାମଣି ଘଡେଇଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷଦର୍ଶନ କରିବା ସହ ଶବାଧାରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ତାଙ୍କ ମରଶରୀରକୁ ପୁରୀ ସ୍ୱର୍ଗଦ୍ୱାର ନିଆଯାଇ ଦାହ କରାଯାଇଛି । ବଡ ପୁଅ ନିରାକର ମୁଖାଗ୍ନି ଦେଇଥିଲେ । ମୃତ୍ୟୁ ଶର୍ଯ୍ୟା ନିକଟରେ ସାନପୁଅ ଅଣାକାର, ବୋହୁ, ନାତି, ନାତୁଣୀଙ୍କ ସମେତ ପରିବାରବର୍ଗ ଉପସ୍ଥିତ ଥିଲେ । ସେ ଜଣେ ପରୋପକାରୀ, ମେଳାପୀ, କର୍ତ୍ତବ୍ୟପରାୟଣା ମହିଳା ଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ