ଭାରତ ସ୍କ୍ୱାଉଟ୍ ଗାଇଡର ଓଡିଶା ମୂଖ୍ୟକମିସନରଙ୍କ କଲେଜ ପରିଦର୍ଶନ

ଭାରତ ସ୍କ୍ୱାଉଟ୍ ଓ ଗାଇଡ ସଂଗଠନର ଓଡିଶା ମୁଖ୍ୟ ତଥା ବିଶ୍ୱ ସ୍କାଉଟ୍ ସଂଗଠନର ଉପସଭାପତି କାଳି ପ୍ରସାଦ ମିଶ୍ର ଏକ ଜାତୀୟ ଶିବିରରେ ଯୋଗଦେବା କାର୍ଯ୍ୟକ୍ରମକୁ ଆସି ଗୋବରା ପ୍ରଫୁଲ କୁମାର ମହିଳା ମହାବିଦ୍ୟାଳୟ ଓ କ୍ଷତ୍ରିୟ ବରପୁର ଆଞ୍ଚଳିକ ବିଞାନ ମହାବିଦ୍ୟାଳୟ ରୋଭର ରେଞ୍ଜର ସଂଗଠନ ପରିଦର୍ଶନ କରିଥିଲେ । ରାଜ୍ୟ ରେଂଜର ସହ କମିସନର ପୁଷ୍ପଲତା ମହାପାତ୍ର, ମଧ୍ୟ ପରିଦର୍ଶନାରେ ଆସିଥିଲେ ।ଉଭୟ ମହାବିଦ୍ୟାଳୟରେ ଚାଲିଥିବା ରୋଭର ରେଞ୍ଜର କାର୍ଯ୍ୟକ୍ରମର ପ୍ରଂଶସା କରିଥିଲେ । ଗୋବରା ମହାବିଦ୍ୟାଳୟ ଠାରେ ଅଧ୍ୟକ୍ଷା ମାମା ପରିଡା ଓ ଅଧ୍ୟାପକ ସନ୍ତୋଷ ବିଶ୍ୱାଳ , ପୁଷ୍ପଗୁଛ ଦେଇ ସ୍ୱାଗତ ଜଣାଇଥିଲେ ।ରୋଭର ଲିଡର ଡକ୍ଟର ରାମପ୍ରସାଦ ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଅଧ୍ୟାପକ ଗଙ୍ଗାଧର ଦାସ ରେଞ୍ଜର ଲିଡର ଭାରତୀ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।କାଳି ପ୍ରସାଦ ମିଶ୍ର , ମଧୁବାବୁଙ୍କ ପ୍ରତିମୁତ୍ତିରେମାଲ୍ୟର୍ପଣ କରିଥିଲେ ।ଅତିଥିମାନଙ୍କୁ ପୁସ୍ତକ ଉପହାର ଦିଆଯାଇଥିଲା । ଗୋବରା ଠାରେ ସନ୍ନ୍ୟାସୀ ପାତ୍ର ଓ ଜିତୁ ଭୁୟାଁ କ୍ଷତ୍ରିୟ ବରପୁର ଠାରେ ସନ୍ତୋଷ ବିଶ୍ୱାଳ କେଶବ ଗୈାଡ , ପ୍ରମୁଖ ସହଯୋଗୀ ଥିଲେ ।ଜାତୀୟ ସ୍ଥରରେ କାର୍ଯ୍ୟକ୍ରମ କରିବା ପାଇଁ ପ୍ରକାଶ କରି ଭବିଷ୍ୟତରେ ମହାବିଦ୍ୟାଳୟରେ ଏକ ଜାତୀୟ ସ୍ତରରେ କାର୍ଯ୍ୟକ୍ରମ କରିବା ପାଇଁ କମିଶନ ପ୍ରସ୍ତାବ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ