ଫିଲ୍ମ ‘ଅସୁରନ୍‌’ ରିମେକ୍‌ରେ ପ୍ରିୟାମଣି

ହାଇଦ୍ରାବାଦ : ବ୍ଲକ୍‌ବଷ୍ଟର ତାମିଲ ଫିଲ୍ମ ‘ଅସୁରନ୍‌’ର ତେଲୁଗୁ ରିମେକ୍‌ରେ ପ୍ରିୟାମଣି ନଜର ଆସିବାକୁ ଯାଉଛନ୍ତି । ପୂର୍ବରୁ ଶ୍ରୀୟା ଶରଣ ଏହି ଚରିତ୍ର କରିବା ନେଇ ସୂଚନା ମିଳିଥିଲା। ମାତ୍ର ଶ୍ରୀୟା ଏହି ପ୍ରୋଜେକ୍ଟରୁ ଓହରିବା ସହିତ ପ୍ରିୟାମଣିଙ୍କୁ ଏହି ସୁଯୋଗ ମିଳିଛି । ଫିଲ୍ମରେ ମଞ୍ଜୁ ଓ୍ବାରିୟରଙ୍କ ଭୂମିକାରେ ପ୍ରିୟାମଣି ନଜର ଆସିବାକୁ ଯାଉଛନ୍ତି । ଭେଙ୍କଟେଶ ଧନୁଷଙ୍କ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । ତେଲୁଗୁ ଦର୍ଶକଙ୍କ ପାଇଁ ଫିଲ୍ମର କାହାଣୀରେ ସାମାନ୍ୟ ପରିବର୍ତ୍ତନ ମଧ୍ୟ କରାଯାଇଛି । ମୂଳ ଫିଲ୍ମକୁ ଭେଟ୍ରିମାରନ ନିର୍ଦ୍ଦେଶନା ଦେଉଥିବାବେଳେ ବାଲାଜୀ ଶକ୍ତିଭେଲ ତେଲୁଗୁ ରିମେକ୍‌ର ନିର୍ଦ୍ଦେଶନା ଦେଉଛନ୍ତି । ଶ୍ରୀକାନ୍ତ ଅଡ୍ଡାଲା ଏହି ଫିଲ୍ମର ପ୍ରଯୋଜକ ରହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ